ନୂଆଦିଲ୍ଲୀ: ଏହି ସପ୍ତାହରେ ଦୁଇଟି ବଡ଼ ଫିଲ୍ମ 'କୁଲି' ଏବଂ 'ୱାର ୨' ପରସ୍ପର ସହିତ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଫିଲ୍ମରେ ବଡ଼ ବଡ଼ ସୁପରଷ୍ଟାର ଥିବା ବେଳେ ପ୍ରଶଂସକମାନେ ସେମାନଙ୍କର ଫିଲ୍ମର ରିଲିଜ୍କୁ ଅପେକ୍ଷା କରି ରହିଛନ୍ତି। ଗୋଟାଏ ପଟେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ 'ୱାର ୨' ଥିବା ବେଳେ ଅନ୍ୟପଟେ ରଜନୀକାନ୍ତଙ୍କ 'କୁଲି' ରହିଛି। ୨ଟି ଫିଲ୍ମ ୧୪ଅଗଷ୍ଟ ୨୦୨୫ରେ ମୁକ୍ତିଲାଭ କରିବ।
ତେବେ ଫିଲ୍ମ ମୁକ୍ତିଲାଭ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ରିଲିଜ୍ ପୂର୍ବରୁ 'କୁଲି'ର ଟିକେଟ୍ ମୂଲ୍ୟ ୪,୫୦୦ଟଙ୍କାରେ ପହଞ୍ଚିଛି। ରଜନୀକାନ୍ତଙ୍କ ଜଣେ ବଡ଼ ପ୍ରଶଂସକ ପ୍ରଭାକର, ଯିଏ ଥଲାଇଭାଙ୍କ ପ୍ରଥମ ସୋ’ର ଟିକେଟ୍ କିଣିବାକୁ ଚାହୁଁଥିଲେ, ସେ ଟିକେଟ୍ ମୂଲ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ମୁଁ ଚେନ୍ନାଇର ସମସ୍ତ ଲୋକପ୍ରିୟ ଥିଏଟରରେ ମୋର ଭାଗ୍ୟ ପରୀକ୍ଷା କଲି। ପ୍ରାୟ ସବୁ ଟିକେଟର ମୂଲ୍ୟ ୬୦୦ଟଙ୍କା-୧୦୦୦ ଟଙ୍କା ରହିଛି। ସର୍ବୋଚ୍ଚ ଟିକେଟ୍ ମୂଲ୍ୟ ୪,୫୦୦ଟଙ୍କା ରହିଛି। ମୁଁ ପ୍ରଥମ ସୋ’ ପାଇଁ ଟିକେଟିଂ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରୁନାହିଁ, କାରଣ ସେଗୁଡ଼ିକ ଅବରୋଧିତ କିମ୍ବା ବିକ୍ରି ହୋଇଯାଇଛି। ମୋ ପରି ପ୍ରଶଂସକମାନଙ୍କ ପାଖରେ ବ୍ଲାକ୍ରେ ଟିକେଟ୍ କିଣିବା ଛଡ଼ା ଅନ୍ୟ କିଛି ବାଟ ନାହିଁ। ନଚେତ୍ ମୋତେ ପ୍ରଥମ ସୋ’ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ଫିଲ୍ମ ଦେଖିବାକୁ ହେବ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/12/new-project-2025-08-12-11-24-09.jpg)