ଜଣେ ଆଇଏଏସ୍ ଅଧିକାରୀଙ୍କ ସଂଘର୍ଷମୟ ଜୀବନ କାହାଣୀ ଆଧାରିତ ସିନେମା ‘ଲକ୍ଷ୍ୟ’ ଏବେ ରିଲିଜ୍ ଲାଗି ସଜବାଜ ହେଉଛି। ଏହି ଛବିରେ କେନ୍ଦ୍ରୀୟ ଚରିତ୍ରରେ ଅଭିନୟ କରିଛନ୍ତି ରୁଦ୍ର। ‘ଲକ୍ଷ୍ୟ’ରେ ରୁଦ୍ରଙ୍କ ନାୟିକା ବନିଛନ୍ତି ତାଙ୍କର ବାସ୍ତବ ଜୀବନସାଥୀ ଜୀନା। ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ରଂଜନ କୁମାର ଦାସ ଫିଲ୍ମର କାହାଣୀ ରଚନା କରିଥିବା ବେଳେ ‘କୁହୁଡ଼ି’ ଓ ‘କର୍ମ’ ଫେମ୍ ମାନସ ପଢ଼ିଆରୀ ଏହାର ସଂଳାପକାର। ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଛବିରେ ଅନ୍ୟମାନଙ୍କ ଭିତରେ ପ୍ରତିଭା ପଣ୍ଡା ଓ ଡକ୍ଟର ରଜନୀରଂଜନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବିକାଶ ଶୁକ୍ଳା ‘ଲକ୍ଷ୍ୟ’ର ସଙ୍ଗୀତ ନିର୍ଦ୍ଦେଶକ।
ସୂଚନାଯୋଗ୍ୟ, ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ସିନେମା ‘ମନେ ରହିବ ଏ ପ୍ରେମକାହାଣୀ’ ଜରିଆରେ ଓଲିଉଡ୍ରେ ପଦାର୍ପଣ କରିଥିଲେ ନାୟକ ରୁଦ୍ର। ତା’ପରେ ୨୦୧୪ରେ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଓ ୨୦୧୫ରେ ‘ଅପ୍ନା ହାତ୍ ଜଗନ୍ନାଥ’ରେ ବି ନଜର ଆସିଥିଲେ ରୁଦ୍ର। ୨୦୧୬ରେ ତାଙ୍କୁ ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଝିଅଟା ବିଗିଡ଼ିଗଲା’ରେ ଦେଖିବାକୁ ମିଳିଥିଲା। ତା’ପରେ ‘ପ୍ରେମୀ ଦିଵାନା’ରେ ବି ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ରୁଦ୍ର। ଏହାଛଡ଼ା ସେ ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ରଘୁ ସର୍ଦ୍ଦାର’ରେ ବି ଅଭିନୟ କରିଥିଲେ। ‘ଲକ୍ଷ୍ୟ’ରେ ନିଜର ଭୂମିକାକୁ ନେଇ ସେ କହନ୍ତି, ‘‘ଏଭଳି ଦମ୍ଦାର୍ ଭୂମିକା ମୋତେ ମିଳିବ ବୋଲି ମୋର ଆଶା ନଥିଲା। ଏହି ଚରିତ୍ରକୁ ଶତପ୍ରତିଶତ ନ୍ୟାୟ ଦେବା ଲାଗି ଚେଷ୍ଟା କରିଛି।’’
ରୁଦ୍ରଙ୍କ ଲକ୍ଷ୍ୟ
ଜଣେ ଆଇଏଏସ୍ ଅଧିକାରୀଙ୍କ ସଂଘର୍ଷମୟ ଜୀବନ କାହାଣୀ ଆଧାରିତ ସିନେମା ‘ଲକ୍ଷ୍ୟ’ ଏବେ ରିଲିଜ୍ ଲାଗି ସଜବାଜ ହେଉଛି। ଏହି ଛବିରେ କେନ୍ଦ୍ରୀୟ ଚରିତ୍ରରେ ଅଭିନୟ କରିଛନ୍ତି ରୁଦ୍ର। ‘ଲକ୍ଷ୍ୟ’ରେ ରୁଦ୍ରଙ୍କ ନାୟିକା ବନିଛନ୍ତି ତାଙ୍କର ବାସ୍ତବ ଜୀବନସାଥୀ ଜୀନା।
/sambad/media/media_files/2025/06/29/poiuytr-2025-06-29-07-06-28.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)