ସୁଟିଂ ସେଟ୍‌କୁ ଆସିଲେନି କପିଲ ଶର୍ମା: ୩ ଘଣ୍ଟା ଅପେକ୍ଷା ପରେ ଘରକୁ ଫେରିଲେ ରାଣୀ ମୁଖାର୍ଜୀ

ମୁମ୍ବାଇ : ଦିନ ଥିଲା ଯେତେବେଳେ କପିଲ ଶର୍ମା ସାଜିଥିଲେ କମେଡ଼ି କିଙ୍ଗ । ତାଙ୍କ କମେଡ଼ି ସୋ’କୁ କେବଳ ଦେଶରେ ନୁହେଁ, ଦେଶ ବାହାରେ ଲୋକମାନେ ମଧ୍ୟ ପସନ୍ଦ କରୁଥିଲେ । କଲର୍ସ ଚ୍ୟାନେଲର ଟିଆର୍‌ପି କିଙ୍ଗ ଥିଲେ କପିଲ । କିନ୍ତୁ ତାଙ୍କ ସହ କଳାକାର ସୁନୀଲ ଗ୍ରୋଭରଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ସବୁ କିଛି ବଦଳି ଯାଇଥିଲା । ଧୀରେ ଧୀରେ ତାଙ୍କ ସୋ’ର ଟିଆର୍‌ପି କମିବା ସହ କର୍ଲସ ଚ୍ୟାନେଲରୁ ତାଙ୍କ ସୋ’କୁ ହଟାଇ ଦିଆ ଯାଇଥିଲା । ଏହା ପରେ ସେ ସୋନି ଚ୍ୟାନେଲରେ ନିଜ ସୋ’କୁ ନୂଆ କରି ଆରମ୍ଭ କରିଥିଲେ । କିନ୍ତୁ ତାହା ମଧ୍ୟ ପରଦାରେ କମାଲ କରି ପାରି ନଥିଲା ।

indiatimes.com

କିଛି ଦିନର ବ୍ୟବଧାନ ପରେ ସେ ପୁଣି ଏକ ନୂଆ ସୋ’ ନେଇ ‘ଫ୍ୟମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’ ନେଇ ଆସିଛନ୍ତି, ଯାହାକି ଏବେ ସୋନି ଚ୍ୟାନେଲରେ ପ୍ରସାରିତ ହେଉଛି । କିନ୍ତୁ ଏହି ସୋ’ଟି ପୂର୍ବ ପରି ଲୋକମାନଙ୍କ ମନୋରଞ୍ଜନ କରି ପାରୁନାହିଁ ବୋଲି ଦେଖାଯାଇଛି । କପିଲଙ୍କ ପ୍ରଶଂସକମାନେ ଏହି ସୋ’କୁ ପୂରା ବୋରିଙ୍ଗ ବୋଲି କହିଛନ୍ତି । ଏହା ସହ କୌଣସି କାରଣରୁ କପିଲ ବାରମ୍ବାର ଏହି ସୋ’ର ସୁଟିଂ ରଦ୍ଦ କରୁଥିବାର ଦେଖିବାକୁ ମିଳୁଛି । ପ୍ରଥମେ ‘ବାଗୀ-୨’ର କଳାକାର ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନୀ ‘ଫ୍ୟମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ ମଧ୍ୟ କପିଲ ସୁଟିଂ ସେଟ୍‌ ରେ ପହଞ୍ଚି ନ ଥିଲେ । ଏବେ ପୁଣି ରାଣୀ ମୁଖାର୍ଜୀଙ୍କୁ କପିଲ୍‌ ୩ ଘଣ୍ଟା ଅପେକ୍ଷା କରାଇଛନ୍ତି ବୋଲି ଜଣା ପଡ଼ିଛି । ଫିଲ୍ମ ‘ହିଚ୍‌କି’ ର ପ୍ରମୋସନ୍‌ ପାଇଁ ରାଣୀ ‘ଫ୍ୟମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’ ସେଟ୍‌ରେ ପହଞ୍ଚିଥିଲେ ମଧ୍ୟ କପିଲ ଠିକ୍‌ ସମୟରେ ପହଞ୍ଚି ନ ଥିଲେ । ଫଳରେ ୩ ଘଣ୍ଟା ଅପେକ୍ଷା କରି ନିରାଶ ଦେବା ପରେ ରାଣୀ ଘରକୁ ଫେରି ଯାଇଥିଲେ ବୋଲି ଜଣା ପଡ଼ିଛି । ତେବେ ଏହି ଖବରଟି କେତେ ସତ ତାହା ଜଣା ପଡ଼ିନାହିଁ ।

ସମ୍ବନ୍ଧିତ ଖବର