ନିଜଠୁ ୧୫ ବର୍ଷ ସାନ ଏହି ଯୁବକକୁ ଡେଟ୍‌ କରୁଛନ୍ତି ସୁସ୍ମିତା,ଜାଣନ୍ତୁ କିଏ ସେହି ଯୁବକ?

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଫିଲ୍ମରୁ ନିଜକୁ ଦୂରରେ ରଖିଥିଲେ ମଧ୍ୟ ତାଙ୍କ ଆଫେଆର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସୁସ୍ମିତା ସୋସିଆଲ ମିଡ଼ିଆରେ ନିଜକୁ ଆକ୍ଟିଭ୍‌ ରଖୁଥିବା ବେଳେ ଅଧିକାଂଶ ପ୍ରସଙ୍ଗରେ ସେ ନିଜର ସ୍ୱତନ୍ତ୍ର ମତ ରଖିଥାନ୍ତି । ବଲିଉଡର ବିଭିନ୍ନ ଇଭେଣ୍ଟରେ ନଜର ଆସୁଥିବା ସୁସ୍ମିତା ଏବେ ଜଣେ ଯୁବକଙ୍କ ସହ ବିଭିନ୍ନ ଇଭେଣ୍ଟ ନଜର ଆସୁଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡ଼ିଆରେ ଦୁହିଁଙ୍କ ଫଟୋ ଭାଇରାଲ ହେଉଥିବା ବେଳେ ଯୁବକ ଜଣଙ୍କ କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ସୁସ୍ମିତାଙ୍କୁ ସବୁ ସ୍ଥାନରେ ଯେଉଁ ଯୁବକଙ୍କ ସହ ଦେଖାଯାଉଛି ସେ ପେସାରେ ଜଣେ ମଡ଼େଲ ହୋଇଥିବା ବେଳେ ତାଙ୍କ ନାମ ରେହମାନ ସେଲ ବୋଲି ଜଣାପଡ଼ିଛି ।

Eenadu India

ମିଳିଥିବା ସୂଚନା ଅନୁଯାୟୀ, ସୁସ୍ମିତା ଏବେ ରେହମାନଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ମୁମ୍ବାଇ ଫ୍ୟାଶନ ଉଇକ୍‌ରେ ସୁସ୍ମିତା ତାଙ୍କର ଦୁଇ ଝିଅ ଏବଂ ରେହମାନଙ୍କ ସହ ବସିଥିବାର ଦେଖାଯାଇଥିଲା । ସୁସ୍ମିତାଙ୍କୁ ଏବେ ୪୨ବର୍ଷ ହୋଇଥିବା ବେଳେ ରେହମାନଙ୍କୁ ଏବେ ୨୭ବର୍ଷ ହୋଇଥିବା ଜଣା ପଡ଼ିଛି । ଦୁହିଁଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ ପାଇଁ ଏବେ ଦୁହିଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର