ମୁମ୍ବାଇ: ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ନଖେଳି ସିଧା ହଟ ସିଟରେ ପହଞ୍ଚିଥିବା କୋଲକାତାର ରୁନା ଶାହାଙ୍କୁ ନେଇ ଏବେ ଚର୍ଚ୍ଚା | ସାଧାରଣ ଭାବେ କୌନ ବନେଗା କାରୋଡ଼ପତିରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ଖେଳି ଜିତିବା ପରେ ହଟ୍ ସିଟରେ ବସିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି | କିନ୍ତୁ ରୁନାଙ୍କୁ ସିଧାସଳଖ ଭାବେ ହଟ ସିଟରେ ବସିବାର ସୁଯୋଗ ଦେଇଥିଲେ ସୋ'ର ଉପସ୍ଥାପକ ବିଗ ବି ଅମିତାଭ ବଚ୍ଚନ | ରୁନାଙ୍କ କାହାଣୀ ବିଷୟରେ ଜାଣିବା ପରେ ବିଗ ବି ଏଭଳି କରିଥିବା ଜଣା ପଡ଼ିଛି |

Advertisment

KBC 12: Runa Saha is first contestant ever to reach hot seat without playing fastest fingers first, all thanks to Amitabh Bachchan - tv - Hindustan Times Hindustan Times

ସୂଚନା ମୁତାବକ, ଗୁରୁବାର ରୁନା ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ହାରିବା ପରେ ବିଗ ବି ଅନ୍ୟ ୩ଜଣ ପ୍ରତିଯୋଗୀଙ୍କୁ ନେଇ ପ୍ରତିଯୋଗିତା ଆରମ୍ଭ କରିଥିଲେ | ହଟ୍ ସିଟରେ ବସିବାର ସ୍ବପ୍ନ ବିଫଳ ହେଉଥିବାର ଦେଖି ରୁନା କାନ୍ଦିବା ଆରମ୍ଭ କରିଥିଲେ | ରୁନାଙ୍କୁ କାନ୍ଦିବାର ଦେଖି ବିଗ ବି ତାଙ୍କୁ ଡାକି ହଟ୍ ସିଟରେ ବସାଇ ସାନ୍ତ୍ୱନା ଦେଇଥିଲେ | ରୁନା ବିଗ ବିଙ୍କୁ କହିଥିଲେ ଯେ, ମୁଁ ହଟ୍ ସିଟରେ ନପହଞ୍ଚିପାରିଲେ ଟିଭି ଦେଖିବା ସହ ଭଗବାନଙ୍କୁ ଡ଼ାକିବା ଛାଡ଼ିଦେବି ବୋଲି ମନସ୍ଥ କରିଥିଲି | ଅନେକ ଥର ହଟ୍ ସିଟରେ ପହଞ୍ଚିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିବାରୁ ଲୋକେ ମୋତେ ପରିହାସ କରୁଥିଲେ | କିନ୍ତୁ ମୁଁ ଚେଷ୍ଟା କରିବା ବନ୍ଦ କରି ନଥିଲି |