ମୁମ୍ବାଇ: ଅନୁପମା ଧାରାବାହିକରେ ଅନୁପମା ଚରିତ୍ର କରି ଘରେ ଘରେ ଲୋକପ୍ରିୟ ହୋଇଥିବା ରୂପାଲି ଗାଙ୍ଗୁଲି ଏବେ ବିବାଦରେ। ତାଙ୍କ ସାବତ ଝିଅ ୨୦୨୦ରେ ଲଗାଇଥିବା ଆରୋପ ଏବେ ପୁଣି ଥରେ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରୂପାଲି, ଅଶ୍ବିନ କେ ବର୍ମାଙ୍କୁ ବିବାହ କରିଛନ୍ତି। ଏହା ଅଶ୍ବିନଙ୍କ ତୃତୀୟ ବିବାହ। ତେବେ ଅଶ୍ବିନଙ୍କ ଦ୍ବିତୀୟ ବିବାହ ଭାଙ୍ଗି ତାଙ୍କୁ ରୂପାଲି ବିବାହ କରିଥିଲେ ବୋଲି ଦାବି କରିଥିଲେ ସାବତ ଝିଅ ଈଶା ବର୍ମା, ଯାହା ଏବେ ପୁଣି ଭାଇରାଲ ହେଉଛି।
୨୦୨୦ରେ ଈଶା ଦାବି କରିଥିଲେ ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ | ରୂପାଲି ଗାଙ୍ଗୁଲିଙ୍କ ଅସଲ କାହାଣୀ କେହି ଜାଣନ୍ତି କି? ସେ ମୋ ବାପା ଅଶ୍ୱିନ କେ ବର୍ମାଙ୍କ ସହ ୧୨ବର୍ଷ ଧରି ଅନୈତିକ ସମ୍ପର୍କ ରଖିଥିଲେ। ଆମେ ସେତେବେଳେ ଛୋଟ ଥିଲୁ ବୋଲି କିଛି କରିପାରିନଥିଲେ। ମୋ ବାପା ଆମ କଥା କି ଆମ ମା’ଙ୍କ କଥା ନଭାବି ରୂପାଲିଙ୍କ ସହ ସମୟ ବିତାଉଥିଲେ। ବାପା ମୁମ୍ବାଇ ଆସିବା ପୂର୍ବରୁ ୧୩-୧୪ ବର୍ଷ ପର୍ଯ୍ୟନ୍ତ ନ୍ୟୁ ଜର୍ସି ଏବଂ କାଲିଫର୍ଣ୍ଣିଆରେ ରହୁଥିଲେ। ହେଲେ ରୂପାଲିଙ୍କ ପାଇଁ ସେ ଆମକୁ ଛାଡ଼ି ମୁମ୍ବାଇ ଆସିଥିଲେ। ତାଙ୍କ ପାଇଁ ଆମ ଘର ଭାଙ୍ଗିଗଲା। ରୂପାଲି ସର୍ବଦା ଗଣମାଧ୍ୟମରେ ଦାବି କରନ୍ତି ଯେ ତାଙ୍କ ବିବାହିତ ଜୀବନ କେତେ ଭଲ। ହେଲେ ପ୍ରକୃତରେ ସେ ବାପାଙ୍କୁ ନିୟନ୍ତ୍ରଣ କରି ରଖିଛନ୍ତି | ଯେତେବେଳେ ବି ମୁଁ ମୋ ବାପାଙ୍କ ସହ କଥା ହେବାକୁ ଚେଷ୍ଟା କରେ, ସେ ପାଟି କରିବା ଆରମ୍ଭ କରନ୍ତି ଓ ଆମକୁ ହତ୍ୟା ଧମକ ଦିଅନ୍ତି।"
/sambad/media/post_attachments/ibnlive/uploads/2024/11/saveclip.app_465569156_2010178829441330_7778168318895046489_n-2024-11-5278150badd5fcb7e832d843588e7171.jpg?impolicy=website&width=0&height=0)
ଈଶା ଏଭଳି ସଙ୍ଗୀନ ଆରୋପ ୨୦୨୦ରେ ଆଣିଥିଲେ ବି ୨୦୨୧ରେ ସେ ଅଶ୍ବିନ ଓ ରୂପାଲିଙ୍କ ସହ ଫଟୋ ଉଠାଇଥିବା ଦେଖାଯାଇଥିଲା। ଏମିତି କି ଦୁହେଁ ଏବେ ଇନଷ୍ଟାରେ ବି ପରସ୍ପରକୁ ଫଲୋ କରୁଛନ୍ତି।
ଅନ୍ୟପକ୍ଷରେ ଈଶାଙ୍କ ଏଭଳି ଆରୋପ ଉପରେ ମଧ୍ୟ ରୂପାଲି କିଛି କହିନାହାନ୍ତି। ଈଶାଙ୍କ ଆରୋପ ପରେ ଅଶ୍ବିନ ୨୦୨୦ରେ ସ୍ପଷ୍ଟ କରିଥିଲେ ଯେ, ଈଶା ଯାହା କହିଛନ୍ତି ତାହା ମିଛ। ଛାଡ଼ପତ୍ରକୁ ଗ୍ରହଣ ନକରିପାରି ସେ ଏଭଳି କରିଛନ୍ତି।
A sincere reflection on recent remarks. pic.twitter.com/QfpN324fwB
— Ashwin K Verma (@AshwinKVerma) November 3, 2024
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/04/2PI0iyrT1YmYCBm1lnAM.jpg)