ଇଣ୍ଡଷ୍ଟ୍ରିରେ ଚାଲିଥିବା କାଷ୍ଟିଙ୍ଗ୍‌ କାଉଚ୍‌କୁ ନେଇ ସାଉଥ୍‌ ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ପଞ୍ଜାବୀ ଫିଲ୍ମ ଅଭିନେତ୍ରୀ ପାୟଲ ରାଜପୁତ୍‌ ଫିଲ୍ମ ‘ଆର୍‌ଏକ୍ସ ୧୦୦’ ଜରିଆରେ ଟଲିଉଡ୍‌ରେ ପ୍ରବେଶ କରିଥିଲେ । ଏହି ଫିଲ୍ମରେ ସେ ଏସ୍‌ଏସ୍‌ କାର୍ତ୍ତିକେୟଙ୍କ ବିପକ୍ଷରେ ନଜର ଆସିଥିଲେ । ଫିଲ୍ମଟି ଲୋକପ୍ରିୟ ହେବା ସହ ପାୟଲଙ୍କୁ ମଧ୍ୟ ସଫଳତା ମିଳିଥିଲା । ଯାହା ପରେ ସେ ଆଉ ପଛକୁ ଫେରି ଦେଖି ନଥିଲେ । ତେବେ ସଫଳତା ମିଳି ସାରିଥିଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ଚାଲୁଥିବା କାଷ୍ଟିଂ କାଉଚ୍‌କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାୟଲ ।

The Hindu

ତାଙ୍କ କହିବା ଅନୁଯାୟୀ, ‘#ମି ଠୁ ଅଭିଯାନ’ ପରେ କିଛିଟା ଲାଭ ମିଳିଥିଲେ ମଧ୍ୟ ଏବେ ବି ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ୍‌ କାଉଚ୍‌ ଚାଲୁଛି । କେବଳ ଫିଲ୍ମରେ ନୁହେଁ ପ୍ରାୟ ସବୁ ପେସାରେ ମହିଳାମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ‘ଆର୍‌ଏକ୍ସ ୧୦୦’ ପରେ ମୋତେ ମଧ୍ୟ କିଛି ଲୋକ ବଡ଼ ବଡ଼ ଫିଲ୍ମରେ କାମ ଦେବାକୁ କହି ସେମାନଙ୍କ ସହ ଶର୍ଯ୍ୟାସଙ୍ଗୀନ ହେବାର ଅଫର ଦେଇଥିଲେ । କିନ୍ତୁ ମୁଁ ଅଫରକୁ ଗ୍ରହଣ କରି ନଥିଲି । ଯାହା ପାଇଁ ମୋତେ ପ୍ରଥମେ ସମସ୍ୟା ହେଉଥିଲେ ମଧ୍ୟ ଏବେ ମୋତେ ସଫଳତା ମିଳିଛି । ଆଗକୁ ମଧ୍ୟ ମୋତେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ମୁଁ ଜାଣିଛି । କିଛି ମହିଳା ହାରି ଯାଇ ଶର୍ଯ୍ୟାସଙ୍ଗୀନ ହେଉଥିଲେ ମଧ୍ୟ ପରେ ସେମାନଙ୍କୁ କେବଳ ଧୋକା ମିଳିଥାଏ । ‘#ମି ଠୁ ଅଭିଯାନ’ ମାଧ୍ୟମରେ କିଛି ଅଭିନେତ୍ରୀ ମନ ଖୋଲି କହିଥିଲେ ମଧ୍ୟ କିଛି ଏବେ ବି ଚୁପ୍‌ ରହିଥିବା କହିଛନ୍ତି ପାୟଲ ।

ସମ୍ବନ୍ଧିତ ଖବର