ଜୀ ସାର୍ଥକରେ ଖୁବଶୀଘ୍ର ଆସୁଛି ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’

ଭୁବନେଶ୍ବର: ଜୀ ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’। ଯେଉଁ ସୋ’ରୁ ସଫଳତା ପାଇ ଆଜି ଓଡିଆ ସଂଗୀତ ଦୁନିଆରେ ଅନେକ ରାଜ୍ କରୁଛନ୍ତି, ସେହି ମେଗା ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି। ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କଳାକାରମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ।

ଏହି ମେଗା ସୋ’ ପାଇଁ ଭୁବନେଶ୍ୱର, ବାଲେଶ୍ୱର, ବଲାଙ୍ଗୀର, ରାଉରକେଲା, ଯାଜପୁରରେ ଅଡିସନ ଶେଷ ହୋଇଥିବା ବେଳେ ଅଗଷ୍ଟ ୨ରେ ବ୍ରହ୍ମପୁର ଓ ୭ ରେ କଟକରେ ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଜୀ ସାର୍ଥକ ଚ୍ୟାନେଲ କିମ୍ବା ଚ୍ୟାନେଲର ସୋସିଆଲ ମିଡିଆ ପେଜ ସହ ଯୋଡି ହୋଇ ରହିବାକୁ ଚ୍ୟାନେଲ ପକ୍ଷରୁ କୁହାଯାଇଛି। ‘ସା ରେ ଗା ମା ପା’ ହେଉଛି ଓଡିଆ ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ସୋ। ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ଏଥର ଜଜ୍ ଭାବେ ରହିବେ ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ ସ୍ୱୟମ୍ ପାଢ଼ୀ, କୁଲଦୀପ ପଟ୍ଟନାୟକ, ଦିପ୍ତୀରେଖା ପାଢ଼ୀ, ଅସୀମା ପଣ୍ଡା। ସେହିଭଳି ମହାଗୁରୁ ଭାବେ ବରିଷ୍ଠ ତଥା ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ଦେଖିବାକୁ ମିଳିବ ବୋଲି ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର