ଫିଲ୍ମ ‘ସାହୋ’କୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ନିର୍ମାତା, ପ୍ରି-ରିଲିଜ୍‌ ଇଭେଣ୍ଟରେ ଖର୍ଚ୍ଚ କଲେ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ : ସାଉଥ୍‌ ଷ୍ଟାର ପ୍ରଭାସଙ୍କ ମେଗାବଜେଟ୍‌ ଫିଲ୍ମ ‘ସାହୋ’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଫିଲ୍ମକୁ ତିଆରି କରିବା ପାଇଁ ନିର୍ମାତାମାନେ ୫ବର୍ଷ ସମୟ ନେଇଥିବା ବେଳେ ଏହା ସାଉଥ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ବଜେଟ୍‌ର ଫିଲ୍ମ ହେବାକୁ ଯାଉଛି । ଫିଲ୍ମକୁ ବ୍ଲକ୍‌ବଷ୍ଟର କରାଇବା ପାଇଁ ନିର୍ମାତା କୌଣସି ଅଭାବ ରଖୁ ନଥିବା ବେଳେ ଏବେ ପ୍ରି-ରିଲିଜ୍‌ ଇଭେଣ୍ଟରେ ଫିଲ୍ମର ନିର୍ମାତା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି ।

Image result for saaho
DNA India

ସୂଚନା ମୁତାବକ, ଫିଲ୍ମର ନିର୍ମାତା ସାହୋର ପ୍ରି-ରିଲିଜ୍‌ ଇଭେଣ୍ଟରେ ୨.୫କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି । ଆଜି ହାଇଦ୍ରାବାଦ୍‌ସ୍ଥିତ ରାମୋଜି ଫିଲ୍ମ ସିଟିରେ ଫିଲ୍ମର ପ୍ରି-ରିଲିଜ୍‌ ଇଭେଣ୍ଟ ରଖାଯାଇଛି । ଏହି ଇଭେଣ୍ଟରେ ଫିଲ୍ମରେ ବ୍ୟବହାର କରାଯାଇଥିବା ଗାଡ଼ି ଓ ମେସିନକୁ ଲୋକେ ଦେଖି ପାରିବେ । ଏହି ଇଭେଣ୍ଟରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ଉପସ୍ଥିତ ରହିବା ସହ ସାଉଥ୍‌ ଇଣ୍ଡଷ୍ଟ୍ରିର ଅନେକ କଳାକାର ସାମିଲ ହେବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର