ଏହି ଗମ୍ଭୀର ରୋଗରେ ପୀଡ଼ିତ ଶ୍ରଦ୍ଧା !

ମୁମ୍ବାଇ : ଗମ୍ଭୀର ରୋଗରେ ପୀଡ଼ିତ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । କିଛି ବର୍ଷ ତଳେ ତାଙ୍କୁ ନିଜର ଏହି ରୋଗ ବିଷୟରେ ଜଣା ପଡ଼ିଥିଲେ ମଧ୍ୟ ଏବେ ବି ସେ ରୋଗ ମୁକ୍ତ ହୋଇ ନଥିବା ଜଣାପଡ଼ିଛି । ନିଜର ଏହି ଗମ୍ଭୀର ସମସ୍ୟା ବିଷୟରେ ଶ୍ରଦ୍ଧା ଏକ ସାକ୍ଷାତକାରରେ ଜଣାଇଛନ୍ତି ।

saaho
amarujala.com

ଶ୍ରଦ୍ଧାଙ୍କ ଅନୁଯାୟୀ, ଆରମ୍ଭରୁ ମୋତେ ମୋର ରୋଗ ବିଷୟରେ ଜଣାନଥିଲା । ଫିଲ୍ମ ଆଶିକୀ-୨ ପରେ ମୋ ଶରୀରରେ ଯନ୍ତ୍ରଣା ହେବା ସହ ଅନେକ ପରିବର୍ତ୍ତନ ଆସିବାରୁ ମୁଁ ଡାକ୍ତରଙ୍କୁ ଦେଖାଇଥିଲି । କିନ୍ତୁ ରିପୋର୍ଟରେ କିଛି ବି ସାମ୍ନାକୁ ଆସିନଥିଲା । ପ୍ରତିଦିନର ଘଟଣାକୁ ନେଇ ମୋ ମନରେ ଡ଼ର ଆସିବା ସହ ହୃଦ୍‌ସ୍ପନ୍ଦନ ବଢ଼ିବାରେ ଲାଗିଥିଲା । ଅନେକ ପରୀକ୍ଷା ପରେ ମୁଁ ଆଙ୍କ୍‌ଜାଇଟ୍‌(କୌଣସି କଥାକୁ ନେଇ ଅଧିକ ଉତ୍କଣ୍ଠିତ ହେବା)ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଲି । ଏବେ ବି ମୋର ସେହି ସମସ୍ୟା ରହିଛି । କିନ୍ତୁ ପୂର୍ବ ଅପେକ୍ଷା ଟିକେ ଭଲ ହୋଇଛି ।

ସମ୍ବନ୍ଧିତ ଖବର