ମୁମ୍ବାଇ: କୁନି ରାଜକୁମ‌ାରଙ୍କୁ ଜନ୍ମ ଦେବା ପରେ ଅଭିନେତ୍ରୀ ଦୀପିକା କକ୍କର ଓ ତାଙ୍କ ସ୍ବାମୀ ସୋଏବ ଇବ୍ରାହିମ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ପରିବାର ସବୁ ଲୋକ ଏବେ କୁନି ଅତିଥି ଉପରେ ନିଜ ଭଲପାଇବା ଜାହିର କରିବାରେ ବ୍ୟସ୍ତ।

Advertisment

ପିଉସୀ ବନିବ‌ା ପରେ ବେଶ୍‌ ଖୁସି ଅଛନ୍ତି ସୋଏବଙ୍କ ଭଉଣୀ ସବା। ସେ ତାଙ୍କର ଏକ ନୂଆ ବ୍ଲଗ୍‌ରେ ପ୍ରଶଂସକମାନଙ୍କ ସହ କୁନି ଅତିଥିଙ୍କ ଆସିବାକୁ ନେଇ ନିଜର ଖୁସି ପ୍ରକଟ କରିଛନ୍ତି।

ସବା ଖୁସି ହୋଇ କହିଛନ୍ତି କି ଶେଷରେ ସେହିଦିନ ଆସିଗଲା, ଯେବେ ଭାଇ ମୋତେ ନିଜ ଆଡୁ କହିଛନ୍ତି ଯେ ସେ କିଛି ଦିନ ପୁଅକୁ ନେଇ ଆମ ଘରେ ରହିବେ।

ସେ ଆହୁରି ବି କହିଛନ୍ତି ଯେ ଭାଇ ଓ ଭାଉଜଙ୍କ ଘରେ ଏବେ ରଂଗ କାମ ଚାଲିଛି। ସେଠାରୁ ବହୁତ କଡ଼ା ବାସ୍ନା ହେଉଥିବାରୁ ଛୁଆ ପାଇଁ ସେ ସ୍ଥାନ ଏବେ ଭଲ ନୁହେଁ। ସେଠି ଛିଡ଼ା ହେଲେ ଆଖିରେ ପାଣି ଆସିଯାଉଛି। ସେଥିପାଇଁ ଦୀପିକା ଓ ସୋଏବ ଏବେ ସବାଙ୍କ ଘରେ ରହିବାର ନିଷ୍ପତ୍ତି ନେଇଛନ୍ତି।

ସବା କହିଛନ୍ତି କି ଯେବେ ପର୍ଯ୍ୟନ୍ତ ଘର କାମ ପୂରା ସରିନଯାଉଛି ତ ଦୀପିକା ଓ ସୋଏବ ତାଙ୍କ ସହ ରହିବେ। ଏକଥାକୁ ନେଇ ସେ ନିଜର ଖୁସି ପ୍ରକାଶ କରିଛନ୍ତି। ସେ ଆହୁରି ବି କହିଛନ୍ତି କି ‘ମୁଁ ସବୁବ‌େଳେ ଭାଇଭାଉଜଙ୍କୁ ଆମ ଘରେ ରହିବାକୁ କୁହେ। ଏପରିକି ମୁଁ ନଥିବା ବେଳେ ଚାବି ବି ଦେଇକିଯାଏ। ଯାହା ହଉ ଏତେ ଦିନ ପରେ ସେମାନେ ଆସୁଛନ୍ତି।’