ସ୍ୱାଇନ୍‌ ଫ୍ଲୁରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜ୍‌ମୀ

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତ୍ରୀ ଶବାନା ଆଜ୍‌ମୀ ଏବେ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତା। ଏଥିଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶବାନା ଆଜମୀ ବିଗତ କିଛି ଦିନ ହେବ ଥଣ୍ଡାକାଶରେ ପୀଡ଼ିତା ଥିଲେ। ଡାକ୍ତରମାନଙ୍କ ପରୀକ୍ଷଣ ପରେ ଜଣାପଡ଼ିଲା ଯେ ଶବାନା ଆଜ୍‌ମୀ ସ୍ୱାଇନ ଫ୍ଲୁ ଦ୍ୱାରା ସଂକ୍ରମିତ। ଏହାପରେ ଶବାନାଙ୍କର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶବାନା ଆଜମୀ ଚିକିତ୍ସା ସହିତ ନିଜର ସମୟର ଭରପୂର ଉପଯୋଗ କରୁଛନ୍ତି। ଶବାନାଙ୍କ କହିବା ଅନୁଯାୟୀ ନିଜ ସହିତ ତାଙ୍କୁ ସମୟ ବିତାଇବା ଲାଗି ଖୁବ୍‌ କମ୍‌ ସମୟ ମିଳିଥାଏ। ଏଣୁ ଏହା ତାଙ୍କ ପାଇଁ ବିରତି ଭଳି ହୋଇଛି। ଶବାନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଅସୁସ୍ଥ ଥିବା ସତ୍ତ୍ୱେ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ଅଛନ୍ତି।

ଝିଅ ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’ ସଂପର୍କରେ ଟ୍ଵିଟ୍‌ କରିଥିଲେ। ଏହାଛଡା ସେ ସୋସିଆଲ ମିଡିଆରେ ପ୍ରଖ୍ୟାତ ଲେଖିକା ଶୋଭା ଦେଙ୍କ ସହିତ ନିଜର ଏକ ଫଟୋ ସେଆର୍‌ କରି ନିଜ ସ୍କୁଲ ଦିନର ସ୍ମୃତିକୁ ତାଜା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଶବାନାଙ୍କ ପୂର୍ବରୁ ସୋନମ କପୁର,ନିର୍ମାତା-ନିର୍ଦ୍ଦେଶକ ବିନୋଦ ଚୋପ୍ରା ଓ ଅମୀର ଖାନ୍‌ ପ୍ରମୁଖ ମଧ୍ୟ ସ୍ୱାଇନ୍‌ ଫ୍ଲୁ ଦ୍ୱାରା ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧିତ ଖବର