ସାବାସ୍ ସଚ୍ଚି-ବିନି

କୋଭିଡ୍ କଟକଣା କୋହଳ ହେବା ପରେ ଓଲିଉଡ୍‌ରେ ଏକ ଚକିତ କଲାଭଳି ପଦକ୍ଷେପ ନେଇଛି ପ୍ରଯୋଜନା ସଂସ୍ଥା ‘ମୁନ୍ ଟିଭି ମୁଭିଜ୍’। ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଥମ ଥର ପାଇଁ ଏକାବେଳେ ୧୦ଟି ଚଳଚ୍ଚିତ୍ରର ମହୁରତ ହୋଇଥିଲା। ଏତେବଡ଼ ସାହସ ପାଇଁ ଦୁଇ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକଙ୍କୁ ସାବାସି ଦବାକୁ ହବ। ପ୍ରାୟ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖୁଛନ୍ତି ରଜନୀ ରଂଜନ। ଚଳଚ୍ଚିତ୍ର ‘ତୁ ସେଇ ନୀଳନୟନା’ର ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଏଥିରେ ସମ୍ବିତ, ଲିପିକା, ବିକ୍ରମ ଓ ଯୋଗମାୟା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

ଚଳଚ୍ଚିତ୍ର ‘ଲଭ୍ ୪୨୦’ର ନିର୍ଦ୍ଦେଶନା ଦେଉଛନ୍ତି ମୃତୁଞ୍ଜୟ ସାହୁ (ବାପି) ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ ମଜୁମ୍‌ଦାର। ଏଥିରେ ଜ୍ୟୋତି, ଶୀତଲ୍‌ ଓ ବବି ମିଶ୍ର ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ‘ତୁ ଚଗଲି ମୁଁ ଚଗଲା’ର ନିର୍ଦ୍ଦେଶନା ଦେଉଛନ୍ତି ବିନି ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମ୍ ଆନନ୍ଦ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପୁନମ୍, ରିୟା ଓ ସମ୍ବିତ। ଚଳଚ୍ଚିତ୍ର ‘ଆସିବ ବର ତୋର’ର ନିର୍ଦ୍ଦେଶନା ଦେଉଛନ୍ତି ଦିଲୀପ ପଣ୍ଡା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ ମଜୁମଦାର। ଏଥିରେ ଅମ୍ଳାନ, ସ୍ବାତୀ ଓ ସୁସ୍ମିତା ଅଛନ୍ତିି। ଚଳଚ୍ଚିତ୍ର ‘ତତେ ଷୋହଳକୁ ମତେ ସତର’ର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ବିନୀ ଗଡ଼ନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବୈଦ୍ୟନାଥ ଦାସ। ଏଥିରେ ସୁସଙ୍କେତ, ପିୟାଲୀ, ସୁକାନ୍ତ ରଥ ଓ ଜୟପ୍ରକାଶ ଦାସଙ୍କୁ ଦେଖିବାକୁ ମିଳିବ। ପଞ୍ଚମ ଚଳଚ୍ଚିତ୍ର ‘ସନମ୍‌ ତୁ ସୁହାନା’ର ନିର୍ଦ୍ଦେଶନା ଦେଉଛନ୍ତି ବିନି ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମଳୟ ମିଶ୍ର। ଏଥିରେ ପ୍ରମୁଖ ଭୂମିକାରେ ରହିବେ ଅମ୍ଳାନ, ତମନ୍ନା, ସଙ୍ଗୀତା, ତପି ମିଶ୍ର ଓ ନୈନା।

ଚଳଚ୍ଚିତ୍ର ‘ସଲାମ୍‌ ଭୁବନେଶ୍ବର’ର ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ ମଜୁମଦାର। ଏଥିରେ ଭିନ୍ନ ଭିନ୍ନ ଭୂମିକାରେ ରଞ୍ଜନ, ରିୟାନା, ପୁନମ୍ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ‘ଲଭ୍ ରିଆକ୍ସନ୍’ର ନିର୍ଦ୍ଦେଶନା ଦେଉଛନ୍ତି ବ୍ରଜ ସିଂ ଏବଂ ବିଭିନ୍ନ ଭୂମିକାରେ ନଜରକୁ ଆସିବେ ରାକେଶ, ଅଭିଶେକ, ପୂଜା (ରାମେଶ୍ବରୀ) ଓ ସୋନମ୍। ଚଳଚ୍ଚିତ୍ର ‘ତୁ ମୋ ଦିୱାନୀ ମୁଁ ତୋ ଦିୱାନା’ର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ ଏବଂ ସଙ୍ଗୀତ ସଜାଉଛନ୍ତି ବୈଦ୍ୟନାଥ ଦାସ। ଏଥିରେ ଦୀପକ, ପ୍ରିୟଙ୍କା ଓ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ‘ଗୁଡମର୍ଣ୍ଣିଙ୍ଗ୍‌’ର ନିର୍ଦ୍ଦେଶନା ଦେଉଛନ୍ତି ଅସିତ ପତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବିରାଜ ପ୍ରସାଦ। ଏଥିରେ ରୋଶନ୍, ଡୋନା, କିରଣ ଓ ରଶ୍ମିଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛନ୍ତି ଏ ସମସ୍ତ ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ।

ସମ୍ବନ୍ଧିତ ଖବର