ଭୁବନେଶ୍ୱର: ପ୍ରାୟ ୪୩ ବର୍ଷ ତଳେ ରିଲିଜ୍ ହୋଇଥିବା ଏକ ଫିଲ୍ମର ଟାଇଟଲକୁ ନେଇ ପୁଣି ଏକ ଓଡ଼ିଆ ସିନେମା ନିର୍ମିତ ହୋଇଛି।ଏହି ସିନେମାର ଟାଇଟଲ୍ ରହିଛି ‘ଅଭିମାନ’। ଆଉ ଏକ ବଡ଼ କଥା ହେଲା ଯେ ‘ଅଭିମାନ’ରେ ପ୍ରାୟ ତିନି ବର୍ଷପରେ ଦର୍ଶକ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇବେ।ଏହା ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି।
ସୀତାରାମ ଅଗ୍ରଓ୍ଵାଲଏହାର ପ୍ରଯୋଜନା କରିଛନ୍ତି। ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶକ । ସେ ଏହା ପୂର୍ବରୁ ବ୍ୟାଚେଲର୍, ଯିଏ ଯାହା କହୁ ମୋ ଢ଼ୋ,ଭୈରବ ଓ ଛାତି ତଳେ ଡିଂ ଡଙ୍ଗ୍ ଇତ୍ୟାଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି।
‘ଅଭିମାନ’ର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ। ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ । ରାଜେଶ ସଂପାଦକ ଏହାର ସଂପାଦକ। ‘ଅଭିମାନ’ଆଗାମୀ ରଥଯାତ୍ରା ଅବସରରେ ଅର୍ଥାତ୍ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଇତିମଧ୍ୟରେ ଏହି ସିନେମାର ସେନସର୍ କାମ ସରିଛି।ଆଗରୁ ବେଶ୍ କେତୋଟି ହିଟ୍ ସିନେମା ଦେଇଥିବା ଏହି ଯୋଡ଼ି ପୁଣି କମାଲ୍ କରିବେ କି ନା ତାହା ଦେଖିବାକୁ ବାକି ରହିଲା।