ସବ୍ୟସାଚୀଙ୍କ ସାଥ୍ ପାଇନାହାନ୍ତି ଏହି ଲୋକପ୍ରିୟ ନାୟିକା

ଭୁବନେଶ୍ବର: ସବ୍ୟସାଚୀ ଓଲିଉଡର ଜଣେ ଲୋକପ୍ରିୟ ନାୟକ। ସେ ପାଗଳପ୍ରେମୀରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଦୀର୍ଘ ୧୫ ବର୍ଷ ହେବ ସେ ନାୟକ ଭାବେ କାମ କରୁଛନ୍ତି। ଏବେ ବି ସବ୍ୟସାଚୀଙ୍କ ଏକ ଓଡ଼ିଆ ଛବି ଫ୍ଲୋରରେ ରହିଛି। ସେ ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ରୀୟା, ପ୍ରିୟା, ପ୍ରକୃତି, ଏଲିନା ଓ ତମନ୍ନାଙ୍କ ଭଳି ଜଣାଶୁଣା ନାୟିକାଙ୍କ ସହ କାମ କରିଛନ୍ତି।


ହେଲେ ସେହି ତାଲିକାରେ ନାହାନ୍ତି ଶିବାନୀ। ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିବା ଶିବାନୀ ଏବେ ନାୟିକା ଓଲିଉଡ଼ରେ ନିଜ ପାଇଁ ସ୍ଥାନ ତିଆରି କରି ସାରିଛନ୍ତି । ପ୍ରଥମ ଥର ପାଇଁ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ରେ ପ୍ରଥମେ ନାୟିକା ଭାବରେ ନଜର ଆସିଥିବା ଶିବାନୀଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଏଥିରେ ସେ ବାବୁସାନଙ୍କ ସହ ନଜର ଆସିଥିଲେ। ଏହାପରେ ଶିବାନୀ ଅନୁଭବଙ୍କ ସହ ପ୍ରେମ କୁମାର, ଅରିନ୍ଦମଙ୍କ ସହ ବାବୁ ଭାଇଜାନ୍, ସ୍ବରାଜଙ୍କ ସହ ଦିଲ୍ ମୋର ମାନେନା, କିସମିସ୍ ଏବଂ ବାବୁସାନଙ୍କ ବିପକ୍ଷରେ ସିଷ୍ଟର ଶ୍ରୀଦେବୀ ଓ ବିଦ୍ୟାରାଣ ଆଦି ସିନେମାରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି।
କିନ୍ତୁ ଏଯାଏ କୌଣସି ବି ଛବିରେ ଲୋକପ୍ରିୟ ନାୟକ ସବ୍ୟସାଚୀଙ୍କ ସହ କାମ କରିନାହାନ୍ତି ଶିବାନୀ। କେବେ ଦର୍ଶକ ବଡ଼ ପରଦାରେ ସବ୍ୟସାଚୀ – ଶିବାନୀ ଯୋଡ଼ିକୁ ଦେଖିବାକୁ ପାଇବେ, ତାହା ଉପରେ ରହିଛି ସିନେପ୍ରେମୀଙ୍କ ନଜର।

ସମ୍ବନ୍ଧିତ ଖବର