ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟକ ସବ୍ୟସାଚୀ ୨୦୦୬ରେ ମୁକ୍ତିଲାଭ କରିଥିବା ‘ପାଗଳପ୍ରେମୀ’ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାର ନିର୍ଦ୍ଦେଶକ ଥିଲେ ହର ପଟ୍ଟନାୟକ। ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ଏହାପରେ ସବ୍ୟସାଚୀ ବସନ୍ତ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ଦିଲୀପ ପଣ୍ଡା, ଚକ୍ରଧର ସାହୁ, ଏସ.କେ. ମୁରଲୀଧରନ୍, ମୃତ୍ୟୁଞ୍ଜୟ ସାହୁ, ସୁଶାନ୍ତ ମଣି, ଜ୍ୟୋତି ଦାସ, ଦେବୁ ପଟ୍ଟନାୟକଙ୍କ ଭଳି ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏଥିମଧ୍ୟରୁ କେତେକଙ୍କ ଏକାଧିକ ଫିଲ୍ମରେ ନଜର ଆସିଛନ୍ତି ସେ। ଏମିତି କେତେଜଣ ଟପ୍ ନିର୍ଦ୍ଦେଶକ ଅଛନ୍ତି, ଯାହାଙ୍କ ସହ ଏଯାଏ କାମ କରିନାହାନ୍ତି ଯିଏ କି ପାଖାପାଖି ୨୫ ବର୍ଷ ହେବ ସକ୍ରିୟ ଅଛନ୍ତି। ଏହି ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।

Advertisment

publive-image
ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ହେଲା ‘କିଏ ପୋଛିବ ମାଆ ଆଖିର ଲୁହ। ‘କିଏ ପୋଛିବ ମା’ ଆଖିର ଲୁହ’ ୧୯୯୯ରେ ମୁକ୍ତିଲାଭ କରିଥିଲା। ତାପରେ ସେ ‘ସମୟ ଖେଳୁଛି ଚକାଭଉଁରୀ’, ‘ସହର ଜଳୁଛି’, ‘ପ୍ରେମ ଋତୁ ଆସିଲାରେ’, ଡନ୍’, ‘ପର୍ଶୁରାମ’, ସ୍ବୟଂସିଦ୍ଧା, ପ୍ରେମୀ ନମ୍ବର ଓ୍ବାନ୍, ଶତ୍ରୁସଂହାର, କଲେଜ୍ ଟାଇମ୍, ରାଜା ଝିଅ ସାଙ୍ଗେ ହେଇଗଲା ଭାବ, ମୁଁ ପ୍ରେମୀ ମୁଁ ପାଗଳ, ପ୍ରେମରେ ପ୍ରେମରେ, ତୋର ଦିନେକୁ ମୋର ଦିନେ, ପାରିବେନି କେହି ଅଲଗା କରି, ଭଉଁରି, ଲୋକାଲ୍ ଟୋକା ଲଭ୍ ଚୋଖା, ପ୍ରେମ ଏଟିଏମ୍ ଓ ମାୟାବୀ ଆଦି ସମେତ କେତାଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି।
ଏବେ ବି ତାଙ୍କର ଏକାଧିକ ସିନେମା ଫ୍ଲୋରରେ ରହିଛି। ହେଲେ ସେଥିମଧ୍ୟରୁ କୌଣସି ଗୋଟିକରେ ବି ନାହାନ୍ତି ସବ୍ୟସାଚୀ । ଏହା ଅବଶ୍ୟ ଭିନ୍ନ କଥା ଯେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବିରେ ସିଦ୍ଧାନ୍ତ, ଅନୁଭବ, ବାବୁସାନ, ଆକାଶ, ଅରିନ୍ଦମ, ଅମ୍ଳାନ, ସମ୍ବିତ ଓ ଜ୍ୟୋତିଙ୍କ ଭଳି ଲୋକପ୍ରିୟ ନାୟକମାନେ ନଜର ଆସିଛନ୍ତି।