ତ୍ରିଭାଷୀ ଫିଲ୍ମରେ ଆସୁଛନ୍ତି ସବ୍ୟସାଚୀ

ଭୁବନେଶ୍ବର : ତ୍ରିଭାଷୀ ଫିଲ୍ମରେ ଅଭିନୟ କରୁଛନ୍ତି ଓଲିଉଡ୍‌ର ଚକ୍‌ଲେଟ୍‌ ବୟ ସବ୍ୟସାଚୀ ମିଶ୍ର। ଓଡ଼ିଆରେ ଏହାର ଶୀର୍ଷକ ‘ଯେତେ ଗୋରୀ ସେତେ ଷ୍ଟୋରି’ ରହିଥିବା ବ‌େଳେ ଆଜି ସୋସିଆଲ ମିଡିଆରେ ଏହାର ଟିଜର୍‌ ରିଲିଜ୍ ହୋଇଛି। ଫିଲ୍ମର ବିଶେଷତ୍ବ ‌ଏହି ଯେ ଡବିଂ ନକରି ଏହାକୁ ୩ଟି ଭାଷା ତଥା ତେଲୁଗୁ, ତାମିଲ୍‌ ଓ ଓଡ଼ିଆରେ ସୁଟିଂ କରାଯାଇଛି। ସବ୍ୟଙ୍କ ବିପକ୍ଷରେ ଅଭିନୟ କରିଛନ୍ତି କନ୍ନଡ଼ ତାମିଲ୍‌ ସିନେ ଅଭିନେତ୍ରୀ ରାଧିକା ପ୍ରୀତି।

ସିନେମା ହଲ୍‌ ବନ୍ଦ ହୋଇଯାଇଥିଲେ ହେଁ ସିନେମା ବନ୍ଦ ହୋଇନାହିଁ। ଏହା ଦର୍ଶାଇବା ଉଦ୍ଦେଶ୍ୟରେ ଟିଜର୍‌ ମୁକ୍ତିଲାଭ କରିଛି ବୋଲି ସବ୍ୟସାଚୀ କହିଛନ୍ତି। ଏହି ଫିଲ୍ମର ନିର୍ଦେଶକ ଓ ପ୍ରଯୋଜକ ଅଛନ୍ତି ତେଲୁଗୁ ଓ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦେଶିକା ସ୍ବର୍ଣ୍ଣ ବାବୁ। ସବ୍ୟସାଚୀ ପ୍ରଥମଥର କୌଣସି ମହିଳାଙ୍କ ନିର୍ଦେଶନାରେ କାମ କରୁଛନ୍ତି। ଏହା ପୂର୍ବରୁ ସବ୍ୟସାଚୀ ତେଲୁଗୁ ଓ ତାମିଲ୍‌ ଫିଲ୍ମ ‘ନିରାଜନମ’ ଓ ତେଲୁଗୁ ଫିଲ୍ମ ‘ସୀତାରାମୁଲୁ କଲ୍ୟାଣମ୍‌’ରେ ଅଭିନୟ କରିଥିଲେ। ଏହା ‘ସୀତାରାମଙ୍କ ବାହାଘର’ ଶୀର୍ଷକ ଓଡ଼ିଆରେ ମୁକ୍ତିଲାଭ କରିଥିଲା।

ସମ୍ବନ୍ଧିତ ଖବର