ଅନୁଭବ ଓ ବର୍ଷାଙ୍କୁ ନେଇ ଏହା କହିଲେ ଓଲିଉଡର ସୋବର ବୟ ସବ୍ୟସାଚୀ

ଭୁବନେଶ୍ବର: ଅନୁଭବଙ୍କ ଭିଡିଓକୁ ନେଇ ଓଲିଉଡର ସୋବର ବୟ ସବ୍ୟସାଚୀ ନିଜର ମତ ରଖିଝନ୍ତି। ସେ କହିଛନ୍ତି, ଉଭୟ ଅନୁଭବ ଓ ବର୍ଷା ମୋର ଭଲ ବନ୍ଧୁ। ଉଭୟଙ୍କ ସହ ମୋର ଭଲ ବ୍ୟକ୍ତଗତ ସଂପର୍କ ରହିଛି। ଅନୁଭବ ଓ ବର୍ଷାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସବ୍ୟସାଚୀ ସେମାନେ ସମସ୍ୟାର ସମାଧାନ କରିବାରେ ସଫଳ ହୁଅନ୍ତୁ।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି। ନିଜର ୟୁଟ୍ୟୁବ୍ ଚାନେଲରେ ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ଶୀର୍ଷକ ଭିଡିଓର ୨ୟ ଭାଗ ସେୟାର କରିଛନ୍ତି। ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚଳିଆସିଥିବା ଟଣାଓଟରା ଉପରୁ ପରଦା ହଟାଇଛନ୍ତି। ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।
ଶନିବାର ଜାରି ହୋଇଥିବା ଭିଡିଓରେ ଅନୁଭବ କହିଛନ୍ତି ଯେ, ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କୁ ‘ସ୍ବାମୀର ଅଧିକାର’ ଦେଇ ନଥିଲେ। ତେଣୁ ସେ ବାଧ୍ୟ ହୋଇ ଛାଡ଼ପତ୍ର ଆବେଦନ କରିଥିଲେ। ଏହି ଭିଡିଓ ଜରିଆରେ ଅନୁଭବ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି କି ବିବାହ ପରେ ବର୍ଷା ତାଙ୍କ ସହ ‘ଶାରୀରିକ ସଂପର୍କ’ ସ୍ଥାପନ ଲାଗି ଅନୁମତି ଦେଇ ନଥିଲେ, ଯାହାକୁ ଅନୁଭବ ସମ୍ମାନ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସଂପର୍କ ଅତ୍ୟନ୍ତ ପବିତ୍ର। ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରିନାହାନ୍ତି। ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି ଆସିଛନ୍ତି। ଏହି ଅଭିଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି। ସେ ନିଜକୁ ‘ମ୍ୟାରେଡ ବ୍ୟାଚେଲର’ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଅନୁଭବ ଦାବି କରିଛନ୍ତି ଯେ, କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରି ତାଙ୍କୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ଦ୍ବାରା ବର୍ଷା ପରୋକ୍ଷରେ ବ୍ୟବହୃତ ହେଉଥିଲେ ହେଁ, ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି ଅନୁଭବ। ଯେହେତୁ ତାଙ୍କ କଥା କେହି ଶୁଣୁନାହାନ୍ତି, ଗଣମାଧ୍ୟମ ଗୁରୁତ୍ବ ଦେଉନାହାନ୍ତି, ତେଣୁ ଏହି ଭିଡିଓ ମାଧ୍ୟମରେ ସବୁକିଛି ଜଣାଇବାକୁ ଚାହିଁଛନ୍ତି। ଭିଡିଓରେ ଅନୁଭବ ‘ସତ’ କହୁଥିବା ଦାବି କରିଛନ୍ତି ଓ ସେ ତାଙ୍କୁ ନ୍ୟାୟ ମିଳୁ, ସତ୍ୟର ଜୟ ହେଉ ବୋଲି କହିଥିବା ଦେଖିବାକୁ ମିଳୁଛି।
ଏହାପୂର୍ବରୁ ଅନୁଭବ ‘ଅନ୍‌ଟୋଲ୍ଡ ଟ୍ରୁଥ୍’ ଶୀର୍ଷକ ଭିଡିଓର ପ୍ରଥମ ଭାଗ ସେୟାର କରି ନିଜର ମନକଥା ଜଣାଇଥିଲେ।

 

ସମ୍ବନ୍ଧିତ ଖବର