ନୂଆଦିଲ୍ଲୀ: ସରିଲା 'କ୍ରିକେଟର ଭଗବାନ' କୁହାଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ। ୨୫ ବର୍ଷୀୟ ଅର୍ଜୁନଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହିତ ଶେଷ ହୋଇଛି। ଦୁହେଁ ବୁଧବାର ନିର୍ବନ୍ଧ କରିଥିବା ଜଣାଯାଇଛି। ସାନିଆ ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ। ତେବେ ଅର୍ଜୁନଙ୍କ ନିର୍ବନ୍ଧ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା। ଦୁଇ ଜଣକ ପରିବାର ସହ କିଛି ଘନିଷ୍ଠ ବନ୍ଧୁ ଏହି ସମାରୋହରେ ଯୋଗ ଦେଇଥିଲେ।
କୁହାଯାଉଛି ଯେ, ସାନିଆ ହେଉଛନ୍ତି ଅର୍ଜୁନଙ୍କ ପିଲାଦିନର ବନ୍ଧୁ। ସାନିଆଙ୍କ ବାପା ମଧ୍ୟ ସଚିନ ତେନ୍ଦୁଲକରଙ୍କ ବନ୍ଧୁ। ଦୁହେଁ ନିର୍ବନ୍ଧ କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲେ ବି ତେନ୍ଦୁଲକର କିମ୍ବା ଘାଇ ପରିବାର ନିର୍ବନ୍ଧକୁ ନିଶ୍ଚିତ କରିନାହାଁନ୍ତି।
ବୋଲିଂ ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ଆଇପିଏଲରେ ଡେବ୍ୟୁ କରିସାରିଛନ୍ତି। ସେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମୋଟ ପାଞ୍ଚଟି ମ୍ୟାଚ୍ ଖେଳିଛନ୍ତି। ଏହି ସମୟରେ ସେ ୧୩ ରନ୍ କରିଛନ୍ତି ଏବଂ ତିନୋଟି ୱିକେଟ ନେଇଛନ୍ତି। ଅର୍ଜୁନ ୨୦୨୩ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିଲେ। କିନ୍ତୁ, ଅର୍ଜୁନ ତେନ୍ଦୁଲକରଙ୍କୁ ୨୦୨୫ ଆଇପିଏଲରେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।
ଯଦି ସାନିଆ ଚନ୍ଦୋକଙ୍କ କଥା କହିବା ତେବେ ସେ ମୁମ୍ବାଇସ୍ଥିତ ମିଷ୍ଟର ପ’ଜ୍ ପେଟ୍ ସ୍ପା ଆଣ୍ଡ୍ ଷ୍ଟୋର୍ ଏଲଏଲପିରେ ଜଣେ ଅଂଶୀଦାର ଏବଂ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/14/new-project-2025-08-14-10-31-14.jpg)