‘ସାକ୍ରେଡ ଗେମ୍ସ-୨’କୁ ନେଇ ଫସିଲେ ଅନୁରାଗ କଶ୍ୟପ, ଧାର୍ମିକ ଭାବନାକୁ ଆହତ କରିଥିବା ନେଇ ରୁଜୁ ହେଲା ଏତଲା

ମୁମ୍ବାଇ : ରିଲିଜ୍‌ ହେବାର କିଛି ଦିନ ପରେ ଏବେ ଅସୁବିଧାର ସମ୍ମୁଖୀନ ହୋଇଛି ସାକ୍ରେଡ ଗେମ୍ସ-୨ । ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଏ ନେଇ ଏତଲା ରୁଜୁ କରାଯାଇଛି । େଓ୍ଵବ୍‌ ସିରିଜ୍‌ରେ ଶିଖ୍‌ ସଂପ୍ରଦାୟର ଭାବନାକୁ ଆହତ କରାଯାଇଥିବାରୁ ଏଭଳି ଅଭିଯୋଗ ଅଣାଯାଇଛି । ଦିଲ୍ଲୀ ବିଜେପି ପ୍ରବକ୍ତା ତଜିନ୍ଦର ପାଲ ସିଂହ ବଗ୍ଗା ଅନୁରାଗଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ସେ ଜାଣିଶୁଣି ଏଭଳି କରିଥିବା କହିଛନ୍ତି ।

Image result for sacred-games-2-lands-in-trouble-police-complaint-filed-against-anurag-kashyap-for-insulting-religious-belief
Times Now

ସୂଚନା ମୁତାବକ, ଫିଲ୍ମରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଶିଖ୍‌ ସଂପ୍ରଦାୟ ଯୁବକ ଭୂମିକାରେ ନଜର ଆସିଥିବା ବେଳେ େଓ୍ଵବ୍‌ ସିରିଜ୍‌ର ଏକ ଦୃଶ୍ୟରେ ସେ ନିଜ ହାତରେ ପିନ୍ଧିଥିବା କଡ଼ାକୁ କାଢ଼ି ଅପମାନିତ କଲା ଭଳି ଫିଙ୍ଗୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏଭଳି ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି କହିବା ସହ ଏତଲାରେ ଲେଖିଛନ୍ତି ତଜିନ୍ଦର ପାଲ ସିଂହ ବଗ୍ଗା ।

ସମ୍ବନ୍ଧିତ ଖବର