‘ସାକ୍ରେଡ଼୍‍ ଗେମ୍‌ସ’ରେ ଥିବା ନଗ୍ନ ଦୃଶ୍ୟ କରିବା ପୂର୍ବରୁ ଅଭିନେତ୍ରୀଙ୍କୁ ମଦ ପିଇବାକୁ ଦେଇଥିଲେ ନିର୍ଦ୍ଦେଶକ, ୭ଟି ଟେକ୍‌ ପରେ ‘ଓକେ’ ହୋଇଥିଲା ସଟ୍‌

ମୁମ୍ବାଇ : ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଅଭିନୀତ ଫିଲ୍ମ ‘ସାକ୍ରେଡ଼୍‍ ଗେମ୍‌ସ’ ଜୁଲାଇ ୬ରେ ରିଲିଜ ହୋଇ ସାରିଛି । ରିଲିଜ ପରେ କୌଣସି ନା କୌଣସି କାରଣରୁ ଫିଲ୍ମଟି ବିବାଦରେ ଛନ୍ଦି ହେବାରେ ଲାଗିଛି । ଫିଲ୍ମରେ ଥିବା ବିବାଦୀୟ ଡ଼ାଏଲଗ ପାଇଁ ଫିଲ୍ମଟି କମ ବଜେଟର ହୋଇ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଗରୁ ଫିଲ୍ମରେ ଥିବା ନଓ୍ଵାଜୁଦ୍ଦିନ୍‌ଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ହୋଇଥିବା ଏବେ ନିଜ ନଗ୍ନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି କିନ୍ନର ଚରିତ୍ରରେ ଆସିଥିବା କୁବ୍ରା ସୈତ୍‌ । କୁବ୍ରା ଏକ ସାକ୍ଷାତକାର ଦେଇ ଫିଲ୍ମରେ ଥିବା ନଗ୍ନ ଦୃଶ୍ୟ କରିବାକୁ ତାଙ୍କୁ କେତେ କଷ୍ଟ ହୋଇଥିଲା ସେ ବିଷୟରେ ଜଣାଇଥିଲେ । ଫିଲ୍ମ ପାଇଁ ଅଡ଼ିସନ କରାଯାଇଥିବା ବେଳେ ମୋତେ ନଗ୍ନ ଦୃଶ୍ୟ ବିଷୟରେ ଜଣା ଯାଇଥିଲା । ଯେତେବେଳେ ଫିଲ୍ମର ସୁଟିଂ ଆରମ୍ଭ ହେଲା ନଗ୍ନ ଦୃଶ୍ୟ କରିବା ପାଇଁ ମୋତେ ବହୁତ କଷ୍ଟ ହୋଇଥିଲା । ୭ଥର ସୁଟ୍‌ କରିବା ପରେ ଶେଷରେ ଦୃଶ୍ୟଟି ଠିକ୍‌ ହୋଇଥିଲା ବୋଲି ନିର୍ଦ୍ଦେଶକ ଅନୁରାଗ କଶ୍ୟପ କହିଥିଲେ ।

oneindia.com

୭ଥର ଟେକ୍‌ ନେଉଥିବା ବେଳେ ପ୍ରତିଥର ଅନୁରାଗ ଆସି ମୋତେ କ୍ଷମା ମାଗିବା ସହ ଆଉ ଥରେ ସୁଟ୍‌ କରିବାକୁ ହେବ ବୋଲି କହୁଥିଲେ । ଶେଷରେ ସେ ମୋତେ ମଦ ପିଇବାକୁ ଦେବା ସହ ଡ଼ାଏଲଗ କହିବା ପାଇଁ କହିଥିଲେ । ଯାହା ପରେ ମୁଁ ଭଲ ଭାବରେ ଦୃଶ୍ୟଟିକୁ କରି ପାରିଥିଲି । ଯେତେବେଳେ ମୁଁ ମୋ ନିଜକୁ ପରଦା ଉପରେ ଦେଖିଲି ମୁଁ କରିଥିବା ଦୃଶ୍ୟଟି ମୋତେ ବହୁତ ଭଲ ଲାଗିଥିଲା । ଏହା କେବଳ ଗୋଟେ ଭଲ ଟିମ୍‌ ପାଇଁ ସମ୍ଭବ ହୋଇ ପାରିଥିଲା ବୋଲି କୁବ୍ରା କହିଥିଲେ ।

ସମ୍ବନ୍ଧିତ ଖବର