ସଡକ-୨ର ଟ୍ରେଲରକୁ ୫୬ ଲକ୍ଷ ନାପସନ୍ଦ

ସଡ଼କ-୨ର ‌ଟ୍ରେଲର ରିଲିଜ୍‌ ହେବାର ଦିନକ ଭିତରେ ୫୬ ଲକ୍ଷ ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଆଲିୟା ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁରଙ୍କ ଅଭିନୀତ ଓ ମହେଶ ଭଟ୍ଟଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରକୁ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଉଭୟ ମହେଶ ଓ ଆଲିୟାଙ୍କୁ ଝଡ଼ର ସାମ୍ନା କରିବାକୁ ପଡ଼ିଛି। ସୁଶାନ୍ତଙ୍କୁ ଆଲିୟା ଉପହାସ କରୁଥିବାର ପୁରୁଣା ଭିଡିଓ କ୍ଲିପ୍‌ ଆଲିୟାଙ୍କୁ ବିବାଦ ଘେରକୁ ଟାଣିଆଣିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ସ୍ବଜନତୋଷଣ ବା ନେପୋଟିଜିମ୍‌କୁ ନେଇ ଝଡ଼ ଉଠିଥିବା ବ‌େଳେ କରନ ଜୋହର, ଆଲିୟାଙ୍କ ସମେତ ବହୁ ଏ-ତାଲିକାଭୁକ୍ତ କଳାକାର ବିବାଦ ଘେରକୁ ଆସିଥିଲେ। ଫଳରେ ସୁଶାନ୍ତଙ୍କ ମୃତ୍ୟୁର ୨ମାସ ପରେ ମଧ୍ୟ ଲୋକଙ୍କ ମନରେ ବସା ବାନ୍ଧିଥିବା ସେଇ ଆଣ୍ଟି-ନେପୋଟିଜିମ୍‌ର ପ୍ରଭାବ ଆଲିୟା ଭଟ୍ଟଙ୍କ ଫିଲ୍ମ ସଡକ-୨ ଉପରେ ପଡ଼ିଛି। ଯଦିଓ ଏହାର ଟ୍ରେଲର୍‌କୁ ୧କୋଟି ୭୮ ଲକ୍ଷ ଲୋକ ଦେଖି ସାରିଲେଣି ତେବେ ୟୁ-ଟ୍ୟୁବ୍‌ରେ ଏହାକୁ ୫୬ଲକ୍ଷ ନାପସନ୍ଦ ମିଳିଛି।

ସମ୍ବନ୍ଧିତ ଖବର