୨୦୨୦ର ସବୁଠାରୁ ନିକୃଷ୍ଟ ଚଳଚ୍ଚିତ୍ର ‘ସଡ଼କ-୨’

କିଛି ଦିନ ପୂର୍ବରୁ ସଞ୍ଜୟ ଦତ୍ତଙ୍କ ଅଭିନୀତ ତଥା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସଡକ-୨’ର ଟ୍ରିଜର୍‌ ସବୁଠାରୁ ଅଧିକ ନାପସନ୍ଦ କରାଯାଇଥିବା ଭିଡିଓ ଭାବେ ଉଭା ହୋଇଥିଲା। ଏବେ ଚଳଚ୍ଚିତ୍ରଟି ମୁକ୍ତିଲାଭ କଲା ପରେ ଏହା ଆଜି ପର୍ଯ୍ୟନ୍ତର ସବୁଠାରୁ କମ୍‌ ଆଇଏମ୍‌ଡିବି ରେଟିଂ ମିଳିଥିବା ଚଳଚ୍ଚିତ୍ର ପାଲଟିଛି। ଏହି ଚଳଚ୍ଚିତ୍ରକୁ ମାତ୍ର ୧.୧ ରେଟିଂ ମିଳିଛି। ଏଥିସହ ସିନେ ସମୀକ୍ଷକମାନେ ମଧ୍ୟ ଏହି ଚଳଚ୍ଚିତ୍ରର କଡ଼ା ସମାଲୋଚନା କରିଛନ୍ତି। କିଛି ସମୀକ୍ଷକ ଏହାକୁ ୨୦୨୦ର ସବୁଠାରୁ ନିକୃଷ୍ଟ ଚଳଚ୍ଚିତ୍ର କହିଥିବା ବେଳେ ଆଉ କିଛି ଏହି ଚଳଚ୍ଚିତ୍ର ଦେଖିବା ଅତ୍ୟନ୍ତ ଦୃଷ୍ଟିକଟୁ ଓ ଅସହ୍ୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର