ଏହି କାରଣକୁ ନେଇ ଶାହରୁଖ୍‌ ଖାନ୍‌ଙ୍କ ଉପରେ ଅସନ୍ତୁଷ୍ଟ ଡ୍ରିମ୍‌ଗାର୍ଲ ହେମା ମାଲିନୀ

ମୁମ୍ବାଇ : ବଲିଉଡ଼୍‍ର ଡ୍ରିମ୍‌ଗାର୍ଲ ହେମା ମାଲିନୀ ଏହି ନିକଟରେ ତାଙ୍କର ୬୯ ତମ ଜନ୍ମଦିବସକୁ ପାଳନ କରିଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଡ୍ରିମ୍‌ଗାର୍ଲ ହେମାମାଳିନୀ କିନ୍ତୁ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କର ଗୋଟିଏ କଥାକୁ ଆଦୌ ପସନ୍ଦ କରୁ ନ ଥିଲେ ! ତେବେ ଆପଣମାନେ ଏବେଏଇଆ ଭାବୁଥିବେ ଯେ ଭଲା ଏପରି କୋଉ ଘଟଣା ଘଟିଲା ଯେ ହେମା ପୁଣି କିଙ୍ଗ୍‌ ଖାନ୍‌ଙ୍କ ଉପରେ ଚିଡ଼ିଲେ।

କଥାଟି ଏମିତି। ଶାହରୁଖ ଯେତେବେଳେ ମୁମ୍ବାଇ ଆସି ତାଙ୍କର କ୍ୟାରିଅର୍‌ର ଆରମ୍ଭ କରୁଥିଲେ, ସେତେବେଳ ଡ୍ରିମ୍‌ଗାର୍ଲ ହେମା ମାଲିନୀଙ୍କ ଦ୍ୱାରା ନିର୍ମିତ ତଥା ନିର୍ଦ୍ଦେଶିତ ଫିଲ୍ମ ‘ଦିଲ୍‌ ଆସନା ହୈ’ରେ କାମ କରିବାର ଅଫର ତାଙ୍କୁ ମିଳିଥିଲା।ତେବେ ଏନେଇ ସୂଚନା ମଧ୍ୟ ଏହା ବି ରହିଛି ଯେ, ପ୍ରଥମରୁ ହେମା ତାଙ୍କ ଫିଲ୍ମରେ ଶାହରୁଖ୍‌ଙ୍କୁ ହିରୋ ଭାବେ ନେବାକୁ ଇଛା ପ୍ରକାଶ କରୁ ନଥିଲେ। ଯେତେବେଳେ ଅନ୍ୟ ହିରୋମାନେ କୌଣସି କାରଣରୁ ରାଜି ହେଲେ ନାହିଁ ସେତେବେଳେ ବାଧ୍ୟ ହୋଇ ହେମା ମାଲିନୀ ଶାହରୁଖ୍‌ଙ୍କୁ ତାଙ୍କ ଫିଲ୍ମର ହିରୋ ଭାବେ ନେଇଥିଲେ। ଏଥିସହିତ ଏହା ମଧ୍ୟ ଶୁଣାଯାଏ ଯେ ହେମା କୁଆଡ଼େ ଶାହରୁଖ୍‌ଙ୍କ କଥାବାର୍ତ୍ତା ଶୈଳୀ ଓ ତାଙ୍କର କେଶଶୈଳୀକୁ ନେଇ ବହୁତ ଚିଡ଼ୁଥିଲେ।ହେଲେ ପରେ ଶାହରୁଖ୍‌ ତାଙ୍କରକହିବାର ଶୈଳୀ ଜରିଆରେ ହେମାଙ୍କ ମନ କିଣି ନେଇଥିଲେ ବି ସର୍ବଦା ସେ ତାଙ୍କ କେଶକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। ଏକଥା ସ୍ୱୟଂ ଶାହାରୁଖ୍‌ ହିଁ ନିକଟରେ ଖୁଲାସା କରିଛନ୍ତି।

ସମ୍ବନ୍ଧିତ ଖବର