୫୫ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହାରୁଖ ଖାନ

ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟରେ ସେ କରନ୍ତି ରାଜ୍ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ୍ ପରିଚିତ। ନିଜ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ଏହି ଅନନ୍ୟ ଅଭିନେତା ଜଣକ ହେଉଛନ୍ତି ବଲିଉଡର ବାଦଶାହ ଶାହାରୁଖ ଖାନ । ଆଜି ଶାହାରୁଖଙ୍କ ଜନ୍ମ ଦିନ ।  ୫୫ ବର୍ଷରେ ପଦାର୍ପଣ କରିଛନ୍ତି ଏହି ଅନନ୍ୟ ଅଭିନେତା।

ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ପ୍ରଶଂସକ ତାଲିକାରେ ସାମିଲ ଅଛନ୍ତି । ଖାସ କରି ତାଙ୍କ ରୋମାଣ୍ଟିକ ଅନ୍ଦାଜ ଯୋଗୁଁ ଅଧିକାଂଶ ଝିଅ ତାଙ୍କ ପ୍ରଶଂସକ ବୋଲି କୁହାଯାଏ । ତାଙ୍କ ଘଟଣାବହୁଳ ଜୀବନ ଭିତରେ ସେ ବହୁତ ଉତଥାନପତନ ଦେଖିଛନ୍ତି । ହେଲେ ତାଙ୍କର ଏହି ଯାତ୍ରାରେ ସେ ପ୍ରଶଂସକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।

Has Shah Rukh Khan agreed to do Farah Khan's remake of 'Satte Pe Satta'? | Hindi Movie News - Times of India
Times of India

ସବୁ ବର୍ଷ ଶାହାରୁଖ ନିଜ ବାସଭବନ ମନ୍ନତରେ ନିଜ ଜନ୍ମଦିନ ପାଳନ କରନ୍ତି । ମନ୍ନତ ବାହାରେ ଶହଶହ ସଂଖ୍ୟାରେ ପ୍ରଶଂସକ ତାଙ୍କର ଗୋଟିଏ  ଝଲକ ପାଇବା ପାଇଁ ଅପେକ୍ଷା କରିଥାନ୍ତି । ବାଲକୋନି ଉପରୁ ଥାଇ ଶାହାରୁଖ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥାନ୍ତି ।

ଶାହାରୁଖ ଖାନଙ୍କ ଜନ୍ମ ନଭେମ୍ବର ୨, ୧୯୬୫ ମସିହା ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲମ୍ବସ ସ୍କୁଲରୁ ଶେଷ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଶାହାରୁଖ ।

ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ଧାରାବାହିକରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦିୱାନା ଚଳଚ୍ଚିତ୍ରରୁ ସେ ବଡ ପରଦାରେ ପାଦ ଦେଇଥିଲେ । ଏହାପରେ ସେ ପ୍ରଶଂସକମାନଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଦିଲ ୱାଲେ ଦୁଲହନିୟା ଲେ ଜାୟେଙ୍ଗେ, ବାଜିଗର, ଦେବଦାସ, କରନ ଅର୍ଜୁନ, ମହବତେଁ, ବୀରଜାରା ଭଳି ଅନେକ ଫିଲ୍ମରେ ମନଛୁଆଁ ଅଭିନୟ କରିଛନ୍ତି କିଙ୍ଗ ଖାନ ।

ସମ୍ବନ୍ଧିତ ଖବର