ହଲିଉଡ୍‌ ଫିଲ୍ମ ନ କରିବା ପଛର କାରଣ କହିଲେ ବାଦ୍‌ଶାହା ଶାହାରୁଖ୍‌, ଯାହାକୁ ଶୁଣିବା ପରେ ବିଶ୍ୱାସ କରି ପାରୁ ନାହାନ୍ତି ଲୋକେ

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ ଏବେ ନିଜ ଫିଲ୍ମ ଜିରୋର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଆନନ୍ଦ ଏଲ୍‌ ରାଏଙ୍କ ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ସହ ନଜର ଆସୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ଫିଲ୍ମର ସୁଟିଂ ସରିଥିବା ବେଳେ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି ଫିଲ୍ମ । ତେବେ ଫିଲ୍ମ ସହିତ ଶାହାରୁଖ୍‌ ହଲିଉଡ୍‌ ଫିଲ୍ମ ନ କରିବା ପଛର କାରଣ ପାଇଁ ଏବେ ଚର୍ଚ୍ଚାରେ ଥିବା ଜଣା ପଡ଼ିଛି ।

Bollywoodlife.com

ବଲିଉଡ୍‌ ଅଭିନେତା ନସିରୁଦ୍ଦିନ୍‌ ଶାହା, ପ୍ରିୟଙ୍କା ଚୋପ୍ରା ଏବଂ ଇର୍‌ଫାନ୍‌ ଖାନ୍‌ଙ୍କ ପରେ ତୁମେ ହଲିଉଡ୍‌କୁ ଯିବା କଥା ଭାବିଚ କି ନାହିଁ ବୋଲି ପଚରାଯିବାରୁ, ଯଦି ସେମାନେ ମୋ ସହ କାମ କରିବାକୁ ଚାହଁଛନ୍ତି ତେବେ ସେ ମୋ ପାଖକୁ ଆସିବେ । ମୁଁ ତାଙ୍କ ପାଖକୁ ଯାଇ ପାରିବି ନାହିଁ । ମୁଁ ସବୁବେଳେ ଚାନ୍ଦକୁ ଦେଖେ କିନ୍ତୁ ତାକୁ ଛୁଇଁ ପାରେନା । ମୋତେ ଲାଗୁନି କି ମୁଁ ହଲିଉଡ୍‌ ପାଇଁ ଫିଟ୍‌ । ବୋଧହୁଏ ମୋ ଇଂରାଜି ଏତେ ଭଲ ନୁହେଁ । ମୁଁ କେବଳ ବଲିଉଡ୍‌ ଫିଲ୍ମ କରିବା ବିଷୟରେ ଭାବୁଛି ବୋଲି କହିଥିଲେ ବଲିଉଡ୍‌ ବାଦଶାହା ଶାହାରୁଖ୍‌।

ସମ୍ବନ୍ଧିତ ଖବର