‘ଜବ ହୈରି ମେଟ୍‌ ସେଜଲ୍‌’ ପାଇଁ ଚଳଚ୍ଚିତ୍ର ବିତରକଙ୍କୁ ଟଙ୍କା ଫେରସ୍ତ କଲେ ଶାହରୁଖ

ମୁମ୍ବାଇ: ‘ଜବ ହୈରି ମେଟ୍‌’ ସେଜଲର ବକ୍ସ ଅଫିସରେ ବିଫଳତା ପରେ ପ୍ରଯୋଜକ ଏବଂ ଅଭିନେତା ଶାହାରୁଖ ଖାନ୍‌ ଚଳଚ୍ଚିତ୍ରର ବିତରକଙ୍କୁ ସାହାଯ୍ୟ କରିଛନ୍ତି । ଚଳଚ୍ଚିତ୍ରଟି ସିନେମାହଲରେ ବିଫଳ ହେବା ପରେ ଶାହାରୁଖ ବିତରକମାନଙ୍କୁ ତାଙ୍କର ଟଙ୍କା ଫେରସ୍ତ କରିଥିବା ସୂଚନା ମିଳିଛି।
ପ୍ରଯୋଜନା ସଂସ୍ଥା ପକ୍ଷରୁ ଆର୍ଥକ ବିଶ୍ଲେଷଣ କରିବା ପରେ ଭିନ୍ନ ଭିନ୍ନ ବିତରକଙ୍କୁ ୩୦ ପ୍ରତିଶତ ଟଙ୍କା ଫେରସ୍ତ କରିଛନ୍ତି । ସେହିପରି ଦେଶରେ ଚଳଚ୍ଚିତ୍ର ବିତରଣ କରିବା ପାଇଁ ୮୦ କୋଟି ଟଙ୍କା ବ୍ୟୟରେ ରାଇଟ୍‌ କିଣିଥିଲା ଏନଏଚ ଷ୍ଟୁଡ଼ିଓଜ୍‌। ଶାହାରୁଖ ଏନଏଚ ଷ୍ଟୁଡ଼ିଓଜକୁ ୧୫ ପ୍ରତିଶତ ଟଙ୍କା ଫେରସ୍ତ କରିଛନ୍ତି । ଯେତେବେଳେ ‘ଜବ ହୈରି ମେଟ୍‌’ ସେଜଲ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅସଫଳ ହେଲା ସେତେବେେଳେ ବିତରକମାନେ ଶାହାରୁଖଙ୍କୁ ଏସଓଏସ ମେସେଜ ପଠାଇ ସଲମାନଙ୍କ ଭଳି ପଦକ୍ଷେପ ନେବାକୁ କହିଥଲେ । ସର୍ବଭାରତୀୟ ବିତରଣ ଅଧିକାର କିରଇଥିବା ଏନଏଚ ଷ୍ଟୁଡ଼ିଓଜ୍‌ ପାଇଁ ଶାହାରୁଖ ଚଳଚ୍ଚିତ୍ରର ସାଟେଲାଇଟ, ମ୍ୟୁଜିକ ଏବଂ ଡ଼ିଜିଟାଲ ରାଇଟରେ ଭଲ ବ୍ୟବସାୟ କରିଥିଲା ।
ଶାହାରୁଖ, ଅନୁଷ୍କା ଶର୍ମା ଓ ଇମତିଆଜ ଆଲ୍ଲୀଙ୍କ ନିର୍ଦ୍ଦେଶିତ ‘ଜବ ହୈରି ମେଟ ସେଜଲ’ ବକ୍ସ ଅଫିସରେ ୧୦୦ କୋଟିି ରୋଜଗାର କରିବ ବୋଲି ଆଶା କରିଥିଲେ କିନ୍ତୁ ଏହା କେବଳ ୬୪.୩୩ କୋଟି କମାଇଥିଲା । ଚଳଚ୍ଚିତ୍ରଟିକୁ ଦର୍ଶକ, ସମାଲୋଚକ ବହୁତ ଖରାପ କହିଥିଲେ ।

ଏହା ପୂର୍ବରୁ ମଧ୍ୟ ଶାହାରୁଖ ‘ଆଶୋକା’, ‘ପହେଲି’ ଏବଂ ‘ଦିଲଓ୍ଵାଲେ’ ପାଇଁ ବିତରକଙ୍କୁ ଟଙ୍କା ଫେରସ୍ତ ଦେଇ ସାରିଛନ୍ତି । କିଛି ଦିନ ପୂର୍ବରୁ ଅଭିନେତା ସଲମାନ ଖାନ୍‌ ମଧ୍ୟ ତାଙ୍କ ଚଳଚ୍ଚିତ୍ର ‘ଟ୍ୟୁବ୍‌ଲାଇଟ୍‌’ର ଅସଫଳତା ପାଇଁ ବିତରକଙ୍କୁ ଟଙ୍କା ଫେରସ୍ତ କରିଥିଲେ ।

ସମ୍ବନ୍ଧିତ ଖବର