ମୁମ୍ବାଇ: ଆପଣ ଯଦିଓ ଜାଣିଥିବେ ସୁପର୍ଷ୍ଟାର୍ ଶାହାରୁଖ୍ ଖାନଙ୍କର ଆରାୟ୍ୟାନ୍, ସୁହାନା ଏବଂ ଆବ୍ରାହମ୍ ନାମରେ ତିନୋଟି ସନ୍ତାନ ଅଛନ୍ତି। ତେବେ, ଆଶ୍ଚର୍ଯ୍ୟର କଥା ହେଉଛି କିଙ୍ଗ୍ ଖାନ୍ ଏବେ ଚତୁର୍ଥତମ ସନ୍ତାନ ପାଇଁ ଯୋଜନା କରୁଛନ୍ତି। ଖାଲି ସେତିକି ନୁହେଁ, ଚତୁର୍ଥତମ ସନ୍ତାନ ଯଦି କନ୍ୟା ହୁଏ ତେବେ ଶାହାରୁଖ ତା’ ନାଁ ଦେବେ ଆକାଂକ୍ଷା।
ନିକଟରେ କିଙ୍ଗ୍ଖାନ୍ ଷ୍ଟାର୍ ପ୍ଲସ୍ରେ ହେଉଥିବା କାର୍ଯ୍ୟକ୍ରମ ‘ଟେଡ୍ ଟକ୍ ଇଣ୍ଡିଆ ନୟି ସୋଚ୍’ରେ ଏହି ଖୁଲାସା କରିଛନ୍ତି। ବାସ୍ତବ କଥା ହେଲା ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ଶବ୍ଦଟିକୁ ବାରମ୍ବାର କହିବାକୁ ଶାହାରୁଖଙ୍କୁ କୁହାଯାଇଥିଲା। ଶାହାରୁଖ ମଧ୍ୟ କହିବାକୁ ଚେଷ୍ଟା କରିଥିଲେ। ମାତ୍ର ବାରମ୍ବାର କହିବା ପରେ ଶାହାରୁଖଙ୍କ ପାଟି ଲାଗିଗଲା। ଶାହାରୁଖ ଆଶ୍ଚର୍ଯ୍ୟ ହୋଇଗଲେ ଆଉ କହିଲେ ଯେ ତାଙ୍କର ଚତୁର୍ଥତମ ସନ୍ତାନର ନାମ ସେ ଆକାଂକ୍ଷା ଦେବେ। ଉଲ୍ଲେଖଯୋଗ୍ୟ, କିଙ୍ଗ୍ଖାନ୍ ଏବେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍ଙ୍କ ସହିତ ‘ଜିରୋ’ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି।