ଜାଣନ୍ତୁ କ’ଣ ପାଇଁ ଏହି ଷ୍ଟାର କ୍ରିକେଟରଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ବାଦ୍‌ଶାହା ଶାହରୁଖ୍‌ ଖାନ୍‌?

ମୁମ୍ବାଇ : ବଲିଉଡ୍‌ରେ ଏବେ ବିବାହର ଋତୁ ଆରମ୍ଭ ହୋଇଛି । ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଦୀପ୍‌-ବୀର, ପ୍ରିୟଙ୍କା-ନିକ୍‌ ଏବଂ କପିଲ-ଗିନିଙ୍କ ଭଳି ପ୍ରେମୀଯୁଗଳ ବିବାହ କରିବାକୁ ଯାଉଛନ୍ତି । ତେବେ ଦୀପ୍‌-ବୀରଙ୍କ ବିବାହ ପାଖେଇ ଆସୁଥିବା ବେଳେ ଦୁହେଁ ନିଜ ବିବାହକୁ କେତେ ସ୍ୱତନ୍ତ୍ର କରିବେ ତାହା ଦେଖିବାକୁ ସମସ୍ତେ ଅନାଇ ବସିଛନ୍ତି । ଏତେ ସବୁ ମଧ୍ୟରେ ଶାହାରୁଖ୍‌ ଏକ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

NDTV Sports

ସୂଚନା ମୁତାବକ, ସାକ୍ଷାତକାରରେ ଅନୁଷ୍କାଙ୍କୁ ଜଣେ ସାମ୍ବାଦିକା ଆପଣ ଇଟାଲୀରେ ବିବାହ କରି ଏକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଏବେ ସବୁ ଷ୍ଟାର ସେଭଳି ଭାବରେ ନିଜ ନିଜର ବିବାହ କରିବାର ଯୋଜନା କରୁଛନ୍ତି । ସେ ନେଇ ଆପଣ କ’ଣ କହିବେ ବୋଲି ପଚାରିଥିଲେ । ଏହି ପ୍ରଶ୍ନ ଶୁଣିି ଅନୁଷ୍କା ହସିବା ସହ ପାଖରେ ବସିଥିବା କ୍ୟାଟ୍ରିନା ଅନୁଷ୍କା ଏବଂ ବିରାଟଙ୍କ ଯୋଡ଼ିକୁ ପ୍ରଶଂସା କରିଥିଲେ । ଯେତେବେଳେ “ମୁଁ ଦୁହିଁଙ୍କ ବିବାହର ଫଟୋ ଦେଖିଥିଲି । କିଛି ସମୟ ପାଇଁ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଫଟୋରେ ହିଁ ଦୁହିଁଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି ତାହା ଜଣା ପଡ଼ୁଥିଲା” ବୋଲି କ୍ୟାଟ୍ରନା କହିଥିଲେ । କ୍ୟାଟ୍ରିନାଙ୍କଠାରୁ ଏହି କଥା ଶୁଣି ଶାହାରୁଖ୍‌ ଥଟ୍ଟାରେ କହିଥିଲେ, “ହଁ, ମୁଁ ମଧ୍ୟ ଫଟୋ ଦେଖି ଭାବୁଥିଲି ବିରାଟଙ୍କ ବିବାହ ଅନୁଷ୍କାଙ୍କ ସହ ନ ହୋଇ ମୋ ସହ ହୋଇଥାନ୍ତା କି।” ଯାହା ପରେ ଉପସ୍ଥିତ ଥିବା ଲୋକେ ଜୋରରେ ହସିବାକୁ ଲାଗିଥିଲେ ।

ସମ୍ବନ୍ଧିତ ଖବର