ମୁମ୍ବାଇ: ଅଭିନେତା ସଂଜୟ ଦତ୍ତଙ୍କ ନୂଆ ସିନେମା ‘ସାହେବ୍ ବିବି ଔର୍ ଗ୍ୟାଙ୍ଗ୍ ଷ୍ଟାର-୩’ ହେଉଛି ଏକ ଫିଲ୍ମ ସିକ୍ୱେଲ୍। ଏହି ସିରିଜ୍ର ପ୍ରଥମ ସିନେମା ଥିଲା ‘ସାହେବ ବିବି ଔର୍ ଗ୍ୟାଙ୍ଗ୍ଷ୍ଟର୍’।ଏହା ୨୦୧୧ରେ ପରଦାକୁ ଆସିଥିଲା।ଏହା ମଧ୍ୟ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ତିଗ୍ମାଂଶୁ ଧୂଲିଆ।
ଏହପରେ ଏହାର ସିକ୍ୱେଲ୍ ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟାର୍ -ରିଟର୍ଣ୍ଣସ’ ରିଲିଜ୍ ହୋଇଥିଲା ୨୦୧୩ରେ।
ଏହାର ନୂଆ ସିରିଜ୍ ‘ସାହେବ୍ ବିବି ଔର୍ ଗ୍ୟାଙ୍ଗଷ୍ଟର୍-୩’। ଏହି ଫିଲ୍ମରେ ସଂଜୟ ଦତ୍ତ,ଚିତ୍ରାଙ୍ଗଦା ସିଂହ,ମାହି ଗିଲ୍ ,ଜିମି ଶେରଗିଲ୍,କବୀର ବେଦୀ ଓ ନଫିସା ଅଲ୍ଲୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଏହି ଫିଲ୍ମ ଜରିଆରେ ଦୀର୍ଘ ୩୦ ବର୍ଷ ପରେ ସଂଜୟ ଦତ୍ତ ଓ କବୀର ବେଦୀ ଏକାଠି କାମ କରିଛନ୍ତି। ଶେଷଥର ପାଇଁ ଏ ଦୁହେଁ ଲଗାଦାର୍ ଫିଲ୍ମରେ ଏକାଠି ନଜର ଆସିଥିଲେ।
‘ସାହେବ୍ ବିବି ଔର୍ ଗ୍ୟାଙ୍ଗଷ୍ଟର୍-୩’ ନେପାଷ୍ଟର୍ ରିଲିଜ୍ ଅବସରରେ ସଂଜୟ ଦତ୍ତ ଟ୍ଵିଟ୍ କରି ଲେଖିଛନ୍ତି ଯେ,ଏଥର ଖେଳ ହେବ ତିନି ଗୁଣା ତିଖା।ଏହାର ଟ୍ରେଲର୍ ଜୁନ୍ ୩୦ ତାରିଖରେ ରିଲିଜ୍ ହୋଇଛି। ଏହି ସିନେମା ଜୁଲାଇ ୨୭ ତାରିଖରେ ରିଲିଜ୍ ହେବ।