ମୁମ୍ବାଇ: ବିଲିଉଡ୍ ଅଭିନେତା ସାହିଦ କପୁର୍ ଓ ସାବତ ଭାଇ ଇସାନ୍ ଖଟରଙ୍କ ସଂପର୍କ ତ ଆପଣ ଜାଣିଥିବେ ନିଶ୍ଚୟ। ଦୁଇ ଭାଇଙ୍କର ବାପା ଭିନ୍ନ ହେଲେ ବି ମାଆ ଜଣେ। ଏହି ଦୁଇ ଜଣ ହେଉଛନ୍ତି ପ୍ରସିଦ୍ଧ କଥକ ନୃତ୍ୟ ଶିଳ୍ପି ତଥା ଅଭିନେତ୍ରୀ ନୀଲିମା ଅଜିମଙ୍କ ପୁତ୍ର। ଏମାନେ ସାବତ ହେଲେ ବି ନିଜ ଭାଇଠାରୁ ବଳି। ଆପଣଙ୍କର ମନେ ଥିବା ନିଶ୍ଚୟ ଇସାନ ଖଟରଙ୍କ ପ୍ରଥମ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ଭାବପ୍ରବଣ ହୋଇ ଯାଇଥିଲେ ବଡ଼ ଭାଇ ସାହିଦ।
Sambad is now on WhatsApp
Join and get latest news updates delivered to you via WhatsApp
ଆଗକୁ ରିଲିଜ୍ ହେବାକୁ ଯାଉଛି ଇସାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଧଡ଼କ’। ଏଥିରେ ଇସାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ କପୁର୍। ଏହି ଚଳଚ୍ଚିତ୍ର ସଂପର୍କରେ ସାହିଦଙ୍କ ପ୍ରତିକ୍ରିୟା କ’ଣ ରହିଛି ପଚରାଯିବାରୁ ଇସାନ କହନ୍ତି, ‘ଭାଇ ଏହି ଚଳଚ୍ଚିତ୍ରର ଟ୍ରେଲର୍ ଦେଖି ଖୁବ୍ ପ୍ରସନ୍ନ। ମୋ ପ୍ରଥମ ଗୀତ ରିଲିଜ୍ ହେବା ପରେ ତାହାକୁ ଦେଖି ସେ ଖୁବ୍ ଉପଭୋଗ କରିଥିଲେ। ମୋଟିମୋଟି ଏହି ଚଳଚ୍ଚିତ୍ରରେ ମୋ ଅଭିନୟ ତାଙ୍କୁ ପସନ୍ଦ ଆସିଛି।’
ଇସାନ୍ ନିଜ ସଂପର୍କରେ ଏକ ଗୁପ୍ତ କଥା ବି ପ୍ରଘଟ କରିଛନ୍ତି। ସେ କହିଛନ୍ତି କି ପିଲାଦିନରୁ କୁଆଡେ ସେ ବଡ଼ଭାଇ ସାହିଦଙ୍କୁ ଅନୁକରଣ କରି ଆସୁଛନ୍ତି। ସାହିଦଙ୍କ ପୋଷାକ, ନୃତ୍ୟ ଓ ଆଚରଣ ଆଦିକୁ ପିଲାଟି ଦିନରୁ ଅନୁକରଣ କରନ୍ତି ଇସାନ୍। ସେ ଆହୁରି ବି କହିଛନ୍ତି କି, ନୃତ୍ୟ କରିବାର କଳା ଆମେ ଦୁହେଁ ଆମ ମାଆ ନୀଲିମା ଅଜିମଙ୍କଠାରୁ ଶିଖିଛୁ।
ଉଲ୍ଲେଖଯୋଗ୍ୟ, ଇସାନ୍ ପ୍ରଥମେ ଶଶି କଳାକାର ଭାବେ ପରଦାରେ ଦେଖିବାକୁ ମିଳିଥିଲେ। ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ହେଉଛି ନିର୍ଦ୍ଦେଶକ ମଜିଦ୍ ମଜିଦଙ୍କ ‘ବିୟଣ୍ଡ୍ ଦ କ୍ଲାଉଡ୍ସ’। ତାଙ୍କ ପିତା ହେଉଛନ୍ତି ରାଜେଶ ଖଟ୍ଟର। ସାହିଦଙ୍କ ବାପା ପଙ୍କଜ କପୁର୍। ପଙ୍କଜ କପୁର୍ ହେଉଛନ୍ତି ମାଆ ନୀଲିମାଙ୍କ ପ୍ରଥମ ପତି।