ମୁମ୍ବାଇ : ବିବାହ ପୂର୍ବରୁ ଅଭିନେତା ଶାହିଦ୍‌ କପୁର ନିଜ ଫିଲ୍ମ ଅପେକ୍ଷା ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ବଲିଉଡ୍‌କୁ ଆସିବା ପରେ ତାଙ୍କୁ ସମସ୍ତେ ଚକୋଲେଟ୍‌ ବଏ ବୋଲି କହିବା ଆରମ୍ଭ କରି ଦେଇଥିଲେ । ତାଙ୍କ ସହ-କଳାକାରଙ୍କ ସହିତ ଶାହିଦ୍‌ଙ୍କ ପ୍ରେମ ସଂପର୍କ ଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଖାସ୍‌ କରି ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ସହ ତାଙ୍କ ପ୍ରେମ ସଂପର୍କ ଖୁବ୍‌ ଚର୍ଚ୍ଚା ପାଲଟିଥିଲା। ମାତ୍ର ଜଣେ ଅଭିନେତ୍ରୀ ଏମିତି ଥିଲେ, ଯିଏ ଶାହିଦ୍‌ଙ୍କ ପଛରେ ପଡ଼ି ଯାଇଥିବା ବେଳେ ସମସ୍ତଙ୍କ ଆଗରେ ସେ ଶାହିଦ୍‌ଙ୍କୁ ତାଙ୍କ ସ୍ୱାମୀର ପରିଚୟ ଦେଉଥିଲେ। ବରମ୍ବାର ଏପରି ହେବା ପରେ ଶାହିଦ୍‌ ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଥିଲେ ।

Advertisment

publive-image Dainik Bhaskar

ସୂଚନା ମୁତାବକ, ବର୍ଷୀୟାନ୍‌ ଅଭିନେତା ରାଜ୍‌ କପୁରଙ୍କ ଝିଅ ବାସ୍ତବିକତା ପଣ୍ଡିତ୍‌ ଫିଲ୍ମରେ ନିଜ ଭାଗ୍ୟର ପରୀକ୍ଷା କରିବା ପାଇଁ ଆସିଥିଲେ ମଧ୍ୟ ବଲିଉଡ୍‌ରେ ନିଜ ନାଁ କମାଇ ପାରିନଥିଲେ । ୧୯୯୬ରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ମଧ୍ୟ ଲୋକପ୍ରିୟତା ହାସଲ କରି ପାରି ନଥିଲେ । ନିଜ ବାପାଙ୍କ ଭଳି ସୁପରଷ୍ଟାର ନ ହୋଇ ପାରିବାରୁ ବାସ୍ତବିକତା ନିଜର ପବ୍ଲିସିଟି କରିବାରେ ଲାଗି ପଡ଼ିଥିଲେ । ଶାହିଦ୍‌ଙ୍କ ପିଛା କରିବା ସହ ତାଙ୍କ ରାସ୍ତା ରୋକି ମୁଁ ତୁମର ବହୁତ ବଡ଼ ପ୍ରଶଂସିକା ବୋଲି କହୁଥିଲେ ବାସ୍ତବିକତା । ଶାହିଦ୍‌ଙ୍କ ପାଖରେ ରହିବା ପାଇଁ ସେ ତାଙ୍କ ଘର ପାଖରେ ଘର କିଣି ନେଇଥିଲେ । ପରେ ତାଙ୍କ ଘରକୁ ଆସି ତୁମେ ମୋ ସ୍ୱାମୀ । ମୁଁ ତୁମକ ବହୁତ ଭଲପାଏ ବୋଲି କହିଥିଲେ । ଖାଲି ସେତିକି ନୁହେଁ ବାହାରେ ଲୋକମାନଙ୍କୁ ମଧ୍ୟ ସେ ଶାହିଦ୍‌କୁ ନିଜ ସ୍ୱାମୀ ବୋଲି କହି ମିଥ୍ୟା ପ୍ରଚାର କରିଥିଲେ । ପ୍ରଥମେ ଶାହିଦ୍‌ ବାସ୍ତବିକତାଙ୍କୁ ଅଣଦେଖା କରୁଥିବା ବେଳେ ପରେ ପୁଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ ।