‘କବୀର ସିଂହ’ପରେ ପୁଣି ଏକ ତେଲୁଗୁ ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣରେ ନଜର ଆସିବେ ଶାହିଦ କପୁର

ମୁମ୍ବାଇ: ଚଳିତ ବର୍ଷର ସୁପରହିଟ ସିନେମା ‘କବୀର ସିଂ’ବକ୍ସ ଅଫିସରେ ହଙ୍ଗାମା କରିଛି । ଏହାର ସଫଳତା ପରେ ଶାହିଦ କପୁର କେଉଁ ସିନେମାରେ କାମ କରିବେ ତାକୁ ନେଇ ଆଲୋଚନା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଶାହିଦ କପୁର ‘କବୀର ସିଂ’ ପରେ ପୁଣି ଥରେ ଏକ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବେ।

ଏହା ହେଉଛି ଚଳିତ ବର୍ଷ ଏପ୍ରିଲ ମାସରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ । ଏଥିପାଇଁ ତାଙ୍କୁ ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀ ଚୁକ୍ତିବଦ୍ଧ କରିଥିବା ଜଣାଯାଇଛି। ଆଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ଏହାର ପ୍ରଯୋଜନା କରୁଛନ୍ତି। ଏହି ସିନେମାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ ହେବ ।‘ଜର୍ସି’  ଲିଡ ରୋଲ ପାଇଁ ଶାହିଦ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ ବୋଲି ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀ କହିଛନ୍ତି ।

image source–news18

‘ଜର୍ସି’ର କାହାଣୀ ଜଣେ ୩୬ ବର୍ଷୀୟ ଅସଫଳ କ୍ରିକେଟର ଅର୍ଜୁନଙ୍କ ଜୀବନୀକୁ ନେଇ ଆଧାରିତ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର