ପତ୍ନୀ ମୀରା ରାଜପୁତଙ୍କ ସଂପର୍କରେ ଏହା କହିଲେ ଶାହିଦ୍‌ କପୁର

ମୁମ୍ବାଇ: ଶାହିଦ୍‌ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ଅନେକ ସମୟରେ ମିଡିଆର ଦୃଷ୍ଟି ଆକଷଣ କରିଛନ୍ତି। ବେଳେ ବେଳେ ଉଭୟେ ପରସ୍ପରର କଥା ବି କହଥାନ୍ତି। ଏବେ ଶାହିଦ୍‌ କପୁର ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ସଂପର୍କରେ ଗୋଟିଏ କଥା କହି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଶାହିଦ୍‌ କହିଛନ୍ତି ଯେ ମୀରା ତାଙ୍କୁ ଜଣେ ଘରୁଆ ମଣିଷ କରି ଦେଇଛନ୍ତି। ଆଗରୁ ସେ ଆଦୌ ଶୃଙ୍ଖଳିତ ନ ଥିଲେ। ଠିକ୍‌ ସମୟରେ ଖିଆପିଆ କି ଶୁଆ ହେଉ ନଥିଲା। ହେଲେ ଏବେ ଏକଦମ ଠିକ୍‌ ସମୟରେ ସେ ପ୍ରତ୍ୟେକ କାମ କରୁଛନ୍ତି ବୋଲି ଶାହିଦ୍‌ କପୁର କହିଛନ୍ତି। ଖାଲି ସେତିକି ନୁହେଁ ବିବାହପରେ ତାଙ୍କର ଜୀବନଶୈଳୀ ବି ବଦଳିଯାଇଛି ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନତଲେ ମୀରା ଶାହିଦଙ୍କୁ ଜଣେ ବୋରିଂ ସ୍ୱାମୀ ଆଖ୍ୟା ଦେଇଥିଲେ। ଏବେ ଶାହିଦ୍‌ କପୁର ସଞ୍ଜୟଲୀଲା ଭଂସାଲିଙ୍କ ନୂଆ ସିନେମା ‘ପଦ୍ମାବତୀ’ର ରିଲିଜକୁ ଅପେକ୍ଷା କରିଛନ୍ତି। ‘ପଦ୍ମାବତୀ’ରେ ସେ ରାଜା ମହାରାବଲ ରତନ ସିଂହ ଭୂମିକାରେ ଅଭିନୟ କରିଛନ୍ତି। ସେ ପ୍ରଥମ ଥରଲାଗି ଏଭଳି ଜଣେ ସାହସୀ ଯୋଦ୍ଧା ରାଜା ଭୂମିକାରେ ନଜର ଆସିବେ।

ସମ୍ବନ୍ଧିତ ଖବର