ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍ କପୁର ପଦ୍ମାବତ୍ ପରେ ଏବେ ଅନ୍ୟ ଏକ ସିନେମାର ସୁଟିଂ ଆରମ୍ଭ କରୁଛନ୍ତି। ଏହି ସିନେମାର ଟାଇଟଲ ରଖାଯାଇଛି ‘ ବତ୍ତି ଗୁଲ ମିଟର୍ ଚାଲୁ ’ । ଏଥିରେ ପ୍ରଥମ ଥର ଲାଗି ଶାହିଦ୍ କପୁରଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର । ଏଥିରେ ୟାମୀ ଗୌତମ୍ ବି ନଜର ଆସିବେ । ଶ୍ରଦ୍ଧା କପୁର ପୁଣି ଥରେ ଶାହିଦ୍ କପୁରଙ୍କ ସହ ଏହି ସିନେମାରେ ରୋମାନସ୍ କରିବେ ବୋଲି ଜଣାଯାଇଛି। ହଁ ଶ୍ରଦ୍ଧା କପୁର ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ପୁଣି ଥରେ ଶାହିଦ୍ କପୁରଙ୍କ ସାଥ୍ ପାଇଥିବା କୁହାଯାଉଛି। ଏକଥାକୁ ନିଜେ ପ୍ରଯୋଜିକା ପ୍ରେରଣା ଅରୋଡା ବି ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ନାୟିକା ଭୂମିକାଲାଗି ପ୍ରଥମେ କାଟ୍ରିନା କୈଫଙ୍କୁ ଅଫର୍ ଦିଆଯାଇଥିଲା ହେଲେ ସେ ଶାହରୁଖ୍ ଖାନଙ୍କ ସହ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ‘ଜିରୋ’ରେ କାମ କରୁଥିବାରୁ ତାଙ୍କ ହାତରେ ସମୟ ନଥିବା କହି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାପରେ ଶ୍ରଦ୍ଧା କପୁରଙ୍କୁ ସେହି ରୋଲ୍ ଅଫର କରାଗଲା ଏବଂ ସେ ରାଜି ହେଲେ। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଦର୍ଶକ ଶାହିଦ-ଶ୍ରଦ୍ଧାଙ୍କ ଯୋଡିକୁ ଫିଲ୍ମ ‘ହାଇଦର୍’ରେ ଦେଖିବାକୁ ପାଇଛନ୍ତି।
/sambad/media/post_attachments/wp-content/uploads/2018/01/sahid-kapoor-shraddha-youtube-1-2-300x191.jpg)
ଶାହିଦ୍ କପୁର ‘ବତ୍ତି ଗୁଲ୍ ମିଟର ଚାଲୁ’ରେ ଜଣେ ସାଧାରଣ ଓକିଲ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସଂପର୍କରେ ସେ କହିଛନ୍ତି ଯେ ତାଙ୍କ ମୁଣ୍ଡରୁ ରାଜା ରତନ ସିଂହ ଉତୁରି ଯାଇଛି । ଏବେ ସେ ଜଣେ ମାମୁଲି ଓକିଲ ହେବାର ଚେଷ୍ଟା ଚଳାଇଛନ୍ତି।ଏଥିପାଇଁ ‘ବତ୍ତି ଗୁଲ୍ ମିଟର ଚାଲୁ’ର ସ୍କ୍ରିପ୍ଟ ପଢ଼ୁଛନ୍ତି ଶାହିଦ୍ କପୁର। ‘ ଟଏଲେଟ୍ -ଏକ ପ୍ରେମ୍ କଥା’ ପରେ ନିର୍ଦ୍ଦେଶକ ଶ୍ରୀ ନାରାୟଣ ସିଂହ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମା ନିର୍ମାଣ କରୁଛନ୍ତି, ଯାହା ମଧ୍ୟ ତାଙ୍କ ପୂର୍ବ ସିନେମା ଭଳି ସାମାଜିକ ସମସ୍ୟା ସମ୍ବଳିତ । ଏଥିରେ ବିଦ୍ୟୁତ ସମସ୍ୟା କଥା ପ୍ରଦର୍ଶିତ ହେବ।