ଘୋଷଣା ହେଲା ସାହିଦଙ୍କ ଅଭିନୀତ ‘ବଟ୍ଟି ଗୁଲ୍‌ ମିଟର ଚାଲୁ’ ର ରିଲିଜ୍‌ ତାରିଖ

ମୁମ୍ବାଇ: ଘୋଷଣା ହେଲା ସାହିଦ କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଟ୍ଟି ଗୁଲ୍‌ ମିଟର ଚାଲୁ’ର ରିଲିଜ ତାରିଖ। ୨୦୧୭ରେ ସାହିଦଙ୍କ ଶେଷ ଫିଲ୍ମ ‘ପଦ୍ମାବତୀ’ ରିଲିଜ୍‌ ହେବାକୁ ଥିବା ବେଳେ ୨୦୧୮ର ତାଙ୍କ ପ୍ରଥମ ଫିଲ୍ମ ‘ବଟ୍ଟି ଗୁଲ୍‌ ମିଟର ଚାଲୁ’ର ରିଲିଜ୍‌ ତାରିଖ ଜାଣିବାକୁ ମିଳିଛି। ଫିଲ୍ମର କାହାଣୀ ଇଲେକ୍ଟ୍ରିସିଟି ବିଲ୍‌ ଉପରେ ଆଧାରିତ ଥିବା ବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ସାହିଦ୍‌ଙ୍କ ସହ କ୍ୟାଟ୍ରିନା କୈଫ୍‌ ।

ଚଳଚ୍ଚିତ୍ରଟିରେ ସାହିଦ୍‌ ଜଣେ ଅନ୍ୟାୟ ବିରୁଧରେ ଲଢୁଥିବା ଓକିଲ ଭୂମିକାରେ ଦେଖାଦେବେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ହେଉଛନ୍ତି ଶ୍ରୀ ନାରାୟଣ ସିଂ ଏବଂ ପ୍ରଯୋଜକ ଟି ସିରିଜ୍‌ ଓ କ୍ରିଅର୍‌ଜ ଏଣ୍ଟରଟେନ୍‌ମେଣ୍ଟ । ନର୍ଦ୍ଦେଶକ ଶ୍ରୀ ନାରାୟଣ ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ଅଭିନୀତ ‘ଟଏଲେଟ୍‌ : ଏକ ପ୍ରେମ କଥା’ ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଏହି ଫିଲ୍ମକୁ ନେଇ ସେ ବହୁତ ଆଶାବାଦୀ। ପାଓ୍ଵାର ଡିଷ୍ଟ୍ରିବ୍ୟୁସନ୍‌ରେ କିଭଳି ଭାବେ ଘୋଟାଲା ହେଉଛି ଏବଂ ସାହିଦ୍‌ ଜଣେ ଓକିଲ ହିସାବରେ ଏହାକୁ କିପରି ବିରୋଧ କରୁଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଲିବ । ଫିଲ୍ମଟି ଅଗଷ୍ଟ ୩୧, ୨୦୧୮ ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ଟ୍ରେଲର ଖୁବ୍‌ ଶୀଘ୍ର ପରଦାକୁ ଆସିବ ବୋଲି ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର