ନୂଆଦିଲ୍ଲୀ: ଅଭିନେତା ସାହିଲ ଖାନଙ୍କୁ ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏସଆଇଟି ଗତ ରବିବାର ଛତିଶଗଡ଼ର ଜଗଦଲପୁର ଅଞ୍ଚଳରୁ ଗିରଫ କରିଛି।
ସାହିଲ ଖାନଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି ୪୦ଘଣ୍ଟାର କଠିନ ପରିଶ୍ରମ ପରେ ଯାଇ ଗିରଫ କରିଥିଲା। ଗିରଫରୁ ବଞ୍ଚିବା ପାଇଁ ସାହିଲ ଅନେକ ଥର ଫୋନ ସୁଇଜ ଅଫ କରିବା ସହିତ ରହୁଥିବା ସ୍ଥାନ ପରିବର୍ତ୍ତନ କରିଥିଲେ। ଏମିତି କି ସେ ୪୦ଘଣ୍ଟା ମଧ୍ୟରେ ୫ଟି ରାଜ୍ୟରେ ପ୍ରବେଶ କରି ପୁଣି ବାହାରି ଯାଇଥିବା ଜଣାପଡ଼ିଛି।
ସାହିଲ ‘ଦ ଲାୟନ ବୁକ ଆପ’ ନାମକ ଅନଲାଇନ ବେଟିଂ ଆପ ସହ ଯୋଡ଼ି ହୋଇ ରହିଥିଲେ। ଯାହାକି ମହାଦେବ ଅନଲାଇନ ଆପ ନେଟୱାର୍କର ଏକ ଅଂଶୀଦାର ବୋଲି ବି କୁହାଯାଉଛି। ଏହି ମାମଲାରେ ଅଭିନେତା ଜାମିନ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ତାଙ୍କ ଜାମିନ ଆବେଦନକୁ ଏପ୍ରିଲ ୨୫ ତାରିଖରେ ଖାରଜ କରି ଦିଆଯାଇଥିଲା। ଏହାପରେ ସେ ତାଙ୍କ ଗାଡ଼ି ଚାଳକଙ୍କୁ ଧରି ମୁମ୍ବାଇରୁ ଚମ୍ପଟ ମାରିଥିଲେ।
ମୁମ୍ବାଇରୁ ଚମ୍ପଟ ମାରି ସାହିଲ ଗୋଆରେ ପହଞ୍ଚିଥିଲେ। ସେଠାରେ କିଛିଘଣ୍ଟା ରହିବା ପରେ କର୍ଣ୍ଣାଟକକୁ ଚାଲି ଯାଇଥିଲେ। କର୍ଣ୍ଣାଟକ ପରେ ସେ ହାଇଦ୍ରାବାଦରେ ପହଞ୍ଚିଥିଲେ। ଏଠାରେ କିଛି ସମୟ ବିଶ୍ରାମ ପରେ ପୁଣି ଛତିଶଗଡ଼ ଓ ମହାରାଷ୍ଟ୍ର ସୀମା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସେ । ଏହି ସମୟରେ ଘନଜଙ୍ଗଲ ସହିତ ରାତି ଅଧିକ ହୋଇଯାଇଥିବାରୁ ସାହିଲ ଜଗଦଲପୁରର ଅଯୋଧ୍ୟା ନାମକ ଏକ ହୋଟେଲରେ ରହିଥିଲେ। ପାଖାପାଖି ୧୮୦୦କିଲୋମିଟର ଯାତ୍ରା ପରେ କ୍ରାଇମବ୍ରାଞ୍ଚ ଏସଆଇଟି ସାହିଲଙ୍କୁ ଧରିବାରେ ସଫଳ ହୋଇଥିଲା।
ମହାଦେବ ଅନଲାଇନ ଆପରେ ଅନେକ ଅଭିନେତାଙ୍କ ନାମ ସାମିଲ ରହିଛି। ଏହି ତାଲିକାରେ ଏବେ ସାହିଲ ଖାନଙ୍କ ନାମ ବି ଯୋଡ଼ି ହୋଇଯାଇଛି। ଅଭିନେତାଙ୍କ ବିରୋଧରେ ‘ଦ ଲାୟନ ବୁକ ଆପ’ର ପ୍ରମୋଟ କରିବା ସହିତ ଓ ତାଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାର ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/b249adc8-d257-4d55-97cc-ba24a8d27fcb.jpg)