ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଇବା ମାମଲାରେ ସାହିଲ୍ ଶାହ ମୁଖ୍ୟ ସଂଦିଗ୍ଧ

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଇବା ମାମଲାରେ ଏନ୍‌ସିବି ସାହିଲ ଶାହକୁ ମୁଖ୍ୟ ସନ୍ଦିଗ୍ଧ ବୋଲି ସନ୍ଦେହ କରୁଛି। ସାହିଲ୍ ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ଫେରାର୍ ଥିବା ବେଳେ ଗତକାଲି ଏନ୍‌ସିବି ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରିଛି।

ଏନ୍‌ସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ​​ଵାଙ୍ଖେଡ଼େଙ୍କ ସୂଚନା ମୁତାବକ, ସୋମବାର ଏନ୍‌ସିବି ସାହିଲ୍‌ର ମଲାଡ୍‌ସ୍ଥିତ ଘରେ ଚଢ଼ଉ କରିଥିଲା। ସେଠାରେ ତାଙ୍କ ପତ୍ନୀ ଓ ତାଙ୍କ ମା’ଙ୍କୁ ଠାବ କରାଯାଇଥିଲା। ପୂର୍ବରୁ ସେହି ଘରେ ସାହିଲଙ୍କ ସହ ସୁଶାନ୍ତ ରହୁଥିଲେ ଓ ସେ ତାଙ୍କ ପାଇଁ ଡ୍ରଗ୍ସ ଯୋଗାଉଥିବା ଜଣାପଡ଼ିଥିଲା। ତେବେ ପୂର୍ବରୁ ସାହିଲ ଅଭିନେତା କରଣ ଅରୋରା ଓ ଅବ୍ବାସ ଲଖାନିଙ୍କୁ ଡ୍ରଗ୍ସ ଦେଉଥିଲା। ତାଙ୍କୁ ପୁଲିସ୍ ଅଗଷ୍ଟ ମାସରେ ଗିରଫ କରିଛି। ସେମାନଙ୍କଠାରୁ ଗଞ୍ଜେଇ ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏନ୍‌ସିବି ଏବେ ସାହିଲ୍‌କୁ ଟ୍ରାକ୍ କରୁଥିବା ବେଳେ ଏପର୍ଯ୍ୟନ୍ତ ଧରିବାକୁ ସକ୍ଷମ ହୋଇନାହିଁ। ସମ୍ଭବତଃ ସାହିଲ୍ ଗିରଫ ହେଲେ ବଲିଉଡ୍‌ରେ ଡ୍ରଗ୍ସ କାରବାରର ନେଟ୍‌ଵର୍କର ପର୍ଦ୍ଦାଫାସ୍ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର