ଲିକ ହୋଇଗଲା ‘ସାହୋ’, ଏଠାରେ ଦେଖିହେଉଛି ଫିଲ୍ମ

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ସାହୋ’ ଆଜି ସିନେମା ଘରେ ରିଲିଜ ହୋଇସାରିଛି | ଆକ୍ସନରେ ଭରପୁର ଏହି ସିନେମାକୁ ସମସ୍ତେ ପସନ୍ଦ କରୁଥିବାବେଳେ ୩୫୦ କୋଟି ଟଙ୍କାର ଏହି ଫିଲ୍ମ ଅନଲାଇନରେ ଲିକ ହୋଇଯାଇଛି | କୁହାଯାଉଛି ଏହି ଲିକ ପଛରେ ଟୋରୋଣ୍ଟ ସାଇଟ ତାମିଲ ରକର୍ସର ହାତ ରହିଛି | ଏହି ସାଇଟଟି ପୂର୍ବରୁ ଅନ୍ୟ କିଛି ଫିଲ୍ମକୁ ମଧ୍ୟ ଲିକ କରିଦେଇଥିଲା |

ଏଠାରେ ସୂଚନା ଥାଉ କି ଏହି ସାଇଟଟି ପ୍ରତି ସପ୍ତାହରେ ରିଲିଜ ହେଉଥିବା ଫିଲ୍ମକୁ ଲିକ କରିଦେଇଥାଏ | ପୂର୍ବରୁ ଜଜମେଣ୍ଟାଲ ହେ କ୍ୟା, ପେଟା, ଗଲିବୟ, ଠଗସ ଅଫ ହିନ୍ଦୁସ୍ତାନ, ଟୁ ପଏଣ୍ଟ ଜିରୋ ଭଳି ଫିଲ୍ମକୁ ରିଲିଜ ହେବାର କିଛି କ୍ଷଣ ମଧ୍ୟରେ ଅନଲାଇନ ଲିକ କରିଦେଇଥିଲା | ତେବେ ନକଲକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗରେ ସରକାର ଏହି ସାଇଟକୁ ବ୍ୟାନ କରିଦେଇଥିଲେ |

ତଥାପି ଏହି ସାଇଟଟି ଫିଲ୍ମ ଲିକ କରିଦେଇଥାଏ | ବଲିଉଡ୍‌ ଡିଭା ଶ୍ରଦ୍ଧା କପୁରଙ୍କ ସହିତ ପ୍ରଭାସ ଏହି ଫିଲ୍ମରେ ସ୍କ୍ରିନ୍‌ ସେୟାର କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ସୁଜିତ ରେଡ୍ଡି ଦେଇଛନ୍ତି |

ସମ୍ବନ୍ଧିତ ଖବର