ଅକ୍ଷୟ ଓ ଜନଙ୍କୁ ଟକ୍କର ଦେବେନି ପ୍ରଭାସ, ଘୁଞ୍ଚିଲା ‘ସାହୋ’ର ରିଲିଜ ତାରିଖ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ରେ ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଳ ଓ ଜନ ଅବ୍ରହାମଙ୍କ ଫିଲ୍ମ ବାଟଲା ହାଉସ ରିଲିଜ ହେବାକୁ ଯାଉଛି | ଚର୍ଚ୍ଚା ହେଉଥିଲା ଏହି ତାରିଖରେ ବାହୁବଳୀ ପ୍ରଭାସଙ୍କ ଫିଲ୍ମ ‘ସାହୋ’ ମଧ୍ୟ ରିଲିଜ ହୋଇପାରେ | କିନ୍ତୁ ଏବେ ‘ସାହୋ’କୁ ନେଇ ନୂଆ ଖବର ଆସିଛି | ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୩୦ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି | ସିନେ ସମୀକ୍ଷକ ତରଣ ଆଦର୍ଶ ଏ ବାବଦରେ ସୂଚନା ଦେଇଛନ୍ତି |

Koimoi

ଏଥିରୁ ସ୍ପଷ୍ଟ ହୋଇଛି ଯେ ଅଗଷ୍ଟ ୧୫ ତାରିଖରେ ସିନେମା ହଲରେ ଅକ୍ଷୟ ଓ ଜନଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି | ତେବେ ‘ସାହୋ’ର ପ୍ରଯୋଜନାକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ସେମାନେ ଦର୍ଶକଙ୍କୁ ସର୍ବୋତ୍ତମ ଦେବାକୁ ଲକ୍ଷ୍ୟ ରଖିଛନ୍ତି ତେଣୁ କିଛି ପରିବର୍ତ୍ତନ ପାଇଁ ରିଲିଜ ତାରିଖକୁ ଘୁଞ୍ଚାଯାଇଛି |

ଫିଲ୍ମ ‘ସାହୋ’ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବାକୁ ଥିବାବେଳେ ଏହି ଫିଲ୍ମରେ ଢେର ଆକ୍ସନର ଦୃଶ୍ୟ ଦେଖିବାକୁ ମିଳିବ | ପାଖାପାଖି ୧୫୦ କୋଟି ଟଙ୍କାରେ ଏହି ଫିଲ୍ମର ନିର୍ମାଣ କରାଯାଇଥିବାବେଳେ ଏହାକୁ ସୁଜିତ ନିର୍ଦ୍ଦେଶନା ଦେଇଛନ୍ତି |

ସମ୍ବନ୍ଧିତ ଖବର