ହଲିଉଡ ସିନେମାର ପୋଷ୍ଟରରୁୁ କପି ହୋଇଛି ପ୍ରଭାସଙ୍କ ଫିଲ୍ମର ପୋଷ୍ଟର୍‌!

ମୁମ୍ବାଇ: ବାହୁବଳୀ ଓରଫ ଅଭିନେତା ପ୍ରଭାସଙ୍କ ଅପକମିଂ ମୁଭି ‘ସାହୋ’ର ପ୍ରଥମ ପୋଷ୍ଟର ଇତି ମଧ୍ୟରେ ଲଞ୍ଚ ହୋଇଛି। ଏଥିରେ ପ୍ରଭାସଙ୍କୁ ଏକ ବଡ଼ କୋଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ତେବେ ଏହି ସିନେମାର ପୋଷ୍ଟର୍‌ କିନ୍ତୁ ଏବେ ବିବାଦରେ ଫସଛି। କୁହାଯାଉଛି ଯେ ଏହା  ଏକ ହଲିଉଡ ସିନେମାର ପୋଷ୍ଟରରୁ କପି ହୋଇଛି । ଏହି ହଲିଉଡ ସିନେମାର ଟାଇଟଲ ହେଲା ‘ବ୍ଲେଡ ରନର୍‌ ୨୦୪୯’। ଏଥିରେ ଅଭିନେତା ରୟାନ୍‌ ଗସଲିଙ୍ଗଙ୍କ ଭଳି ପ୍ରଭାସ କୋଟ ପିନ୍ଧିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେବଳ‘ସାହୋ’ ନୁହେଁ ଆଗରୁ ଆହୁରି ଅନେକ ସିନେମାର ପୋଷ୍ଟର ବି ହଲିଉଡ ସିନେମାର ପୋଷ୍ଟରରୁ କପି ହୋଇଛି । ଏଭଳି ହିନ୍ଦୀ ସିନେମା ଭିତରେ ରହିଛି ‘ଏନ୍‌ ଏଚ୍‌-୧୦’,‘ୟେ ଜିନ୍ଦେଗି ନା ମିଲେଗି ଦୋବାରା’,ଅଞ୍ଜାନା-ଅଞ୍ଜାନୀ’,‘ମୌସ୍‌ମ’ ଆଦି।

 

ସମ୍ବନ୍ଧିତ ଖବର