ମୋର ବୟାନକୁ ଭୁଲ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି: ସାଇ ପଲ୍ଳବୀ

ଚେନ୍ନାଇ: ଜଣାଶୁଣା ସାଉଥ ଅଭିନେତ୍ରୀ ସାଇ ପଲ୍ଳବୀ ନିଜ ବୟାନ ପାଇଁ ଆଜିକାଲି ବିବାଦରେ ଥିବାବେଳେ ତାଙ୍କ ଚଳଚ୍ଚିତ୍ର ‘ବୀରତା ପାର୍ବମ୍’ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି | ତେବେ ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ କାଶ୍ମୀରୀ ପଣ୍ଡିତଙ୍କ ବିଷୟରେ ଏପରି ବିବୃତ୍ତି ଦେଇଥିଲେ, ଯେଉଁଥିପାଇଁ ସେ ବିବାଦରେ ଛନ୍ଦି ହୋଇଯାଇଥିଲେ। କେବଳ ଏତିକି ନୁହେଁ ଅଭିନେତ୍ରୀଙ୍କ ବିରୋଧରେ ପୁଲିସ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି । ତେବେ ବାରମ୍ବାର ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେବା ପରେ ଏବେ ସାଇ ପଲ୍ଲବୀ ସ୍ପଷ୍ଟୀକରଣ ଦେଇଛନ୍ତି। ସାଇ ପଲ୍ଳବୀ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ବିବୃତ୍ତିକୁ ବିକୃତ କରାଯାଇ ପ୍ରଦର୍ଶିତ କରାଯାଉଛି | ସେ ବହୁତ ନିରପେକ୍ଷ ହୋଇ ପ୍ରଶ୍ନର ଉତ୍ତର ଦେଇଥିଲେ | ସାଇ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ମୋର ବିବୃତ୍ତିକୁ ଭୁଲ ଢଙ୍ଗରେ ଉପସ୍ଥାପିତ କରାଯାଇଛି | ମୋର ସମ୍ପୂର୍ଣ୍ଣ ବିବୃତ୍ତିକୁ ନ ଦେଖାଯାଇ ଏହାକୁ କାଣ୍ଟଛାଣ୍ଟ କରି ପ୍ରଦର୍ଶିତ କରାଯାଇଛି |

ମୁଁ କେବଳ କହିବାକୁ ଚାହୁଁଥିଲି ଯେ ଧର୍ମ ନାମରେ ଯେ କୌଣସି ବି ବିବାଦ ଭୁଲ ହୋଇଥାଏ । ଅଭିନେତ୍ରୀ କହିଛନ୍ତି ଯେ ମୁଁ ଜଣେ ନିରପେକ୍ଷ ବ୍ୟକ୍ତି। ମୋତେ ଆଶ୍ଚର୍ଯ୍ୟ ଲାଗିଛି ଯେ, ମୁଁ ଯାହା କହିଛି ତାହାକୁ ଭୁଲ ଢଙ୍ଗରେ ନିଆଯାଇଛି ଏବଂ ଉପସ୍ଥାପିତ କରାଯାଇଛି | ସୂଚନା ଥାଉ କି ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସାଇ ଦେଇଥିବା ଇଣ୍ଟର୍‌ଭିୟୁରେ କହିଥିଲେ, ‘ମୁଁ ବାମପନ୍ଥୀ ଓ ଦକ୍ଷିଣପନ୍ଥୀଙ୍କ ବିଷୟରେ ଅନେକ କିଛି ଶୁଣିଛି। ମାତ୍ର କିଏ ଠିକ୍‌ କିଏ ଭୁଲ୍‌ ମୁଁ ଜାଣିନି। କଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରରେ କଶ୍ମୀର ପଣ୍ଡିତମାନଙ୍କୁ କିପରି ହତ୍ୟା କରାଯାଇଛି ଦୃଶ୍ୟମାନ ହୋଇଛି। ତାର କିଛି ସମୟ ପୂର୍ବରୁ ଚଳଚ୍ଚିତ୍ରରେ ଗାଈକୁ ନେଇ ଯାଉଥିବା ଜଣେ ମୁସ୍‌ଲମାନ ବ୍ୟକ୍ତିଙ୍କୁ ବଡ଼ କ୍ରୁରତା ଭାବେ ମାଡ଼ ମରାଯାଇ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରାଯାଉଛି। ଏହା ବି ଧର୍ମ ନାଁରେ ହିଂସା। ଏହି ଦୁଇଟି ଘଟଣା ମଧ୍ୟ୍ୟରେ ଅନ୍ତର କ’ଣ?’ ତେବେ ଏହି ବିବୃତ୍ତି ଭାଇରାଲ ହେବା ପରେ ଏହାକୁ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ନାପସନ୍ଦ କରିଥିଲେ |

ସମ୍ବନ୍ଧିତ ଖବର