ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଆଗକୁ ନିର୍ଦେଶକ ନିତେଶ ତିୱାରୀଙ୍କ ନିର୍ଦେଶିତ ଫିଲ୍ମ 'ରାମାୟଣ'ରେ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ। ଏହା ତାଙ୍କର ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ | ଫିଲ୍ମରେ ସେ ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବେ | ଫିଲ୍ମର ଥିବା ସାଇ ପଲ୍ଲବୀଙ୍କ ଲୁକକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି | ଭାରତୀୟ ସେନାକୁ ନେଇ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଏବେ ତାଙ୍କୁ ଭାରୀ ପଡିଛି |
ସୂଚନା ମୁତାବକ, ଭିଡିଓଟି ହେଉଛି ୨ବର୍ଷ ପୁରୁଣା | ୨୦୨୨ରେ ସେ ଦେଇଥିବା ଏକ ସାକ୍ଷାତକାରରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି | ଭିଡିଓରେ ସେ କହୁଛନ୍ତି ଯେ, "ପାକିସ୍ତାନ ଲୋକଙ୍କ ପାଇଁ ଭାରତୀୟ ସେନା ହେଉଛନ୍ତି ଆତଙ୍କବାଦୀ ସଂଗଠନ ଭଳି ଏବଂ ଆମ ପାଇଁ ପାକିସ୍ଥାନୀ ସେନା ହେଉଛନ୍ତି ଆତଙ୍କବାଦୀ ସଂଗଠନ | ସବୁ ଦେଖିବାର ଶୈଳୀ ଉପରେ ନିର୍ଭର କରେ | ମୋ କଥା କହିବାକୁ ଗଲେ ମୁଁ ହିଂସା ଉପରେ ବିଶ୍ୱାସ କରେ ନାହିଁ |"
ତାଙ୍କର ଏଭଳି ମନ୍ତବ୍ୟ ଏବେ ଅନେକଙ୍କୁ ପସନ୍ଦ ଆସିନାହିଁ , ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/26/0jY4DwuN0456h5eCuwVx.jpg)