ଚେନ୍ନାଇ: ଜଣାଶୁଣା ସାଉଥ ଅଭିନେତ୍ରୀ ସାଇ ପଲ୍ଳବୀ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଶୁଣିବାକୁ ମିଳୁଛି ଯେ ସେ କୁଆଡ଼େ ବିବାହ କରି ‌ପକାଇଛନ୍ତି। ସେ ଅଧିକାଂଶ ସମୟରେ ବିନା ମେକ୍‌ଅପ୍‌ରେ ସର୍ବସାଧାରଣରେ ନଜର ଆସୁଥିବା ବେଳେ ତାଙ୍କ ସୌନ୍ଦର୍ଯ୍ୟର ଯାଦୁରେ ଅନ୍ୟ ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଦିଅନ୍ତି। ସାଉଥ ସିନେମାର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବା ବେଳେ ତାଙ୍କର ଅଭିନୟ ଏବଂ ନୃତ୍ୟ ଦକ୍ଷତାକୁ ମଧ୍ୟ ଅନେକ ଗ୍ରହଣୀୟତା ମିଳିଛି।

Advertisment

ନିକଟ‌ରେ ଅଭିନେତ୍ରୀଙ୍କର ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି। ସେ ବିବାହ କରିଛନ୍ତି ବୋଲି ଏହି ଫଟୋକୁ ଦେଖିବା ପରେ ଦାବି କରାଯାଉଛି। ଆସନ୍ତୁ ଆପଣଙ୍କୁ ସତ କ’ଣ!

ଭାଇରାଲ୍‌ ହୋଇଥିବା ଫଟୋରେ ଅଭିନେତ୍ରୀ ଜଣେ ପୁରୁଷଙ୍କ ସହିତ ନଜର ଆସିଛନ୍ତି। ସେ ଦୁହେଁ ବେକରେ ଫୁଲମାଳ ପକାଇଥିବା ଦୃଶ୍ୟମାନ ହୋଇଛି। ଏହା ବ୍ୟତୀତ ଉଭୟଙ୍କ କପାଳରେ ତିଲକ ଅଛି, ଯେପରି ସେମାନେ ଅତ୍ୟନ୍ତ ସାଧାସିଧା ଭାବେ ପରସ୍ପରଙ୍କୁ ବିବାହ କରିଛନ୍ତି।

ଏହି ଫଟୋଟିକୁ ଯିଏ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥିଲେ ସେ ଲେଖିଥିଲେ, ‘‘ଶେଷରେ ଅଭିନେତ୍ରୀ ବିବାହ କରିଛନ୍ତି। ଏହା ପ୍ରମାଣିତ ହେଲା ଯେ ପ୍ରେମର କୌଣସି ରଂଗ ନାହିଁ। ସାଇ ପାଲ୍ଲବୀଙ୍କୁ ନମସ୍କାର’’। ଏହା ପରେ ଲୋକମାନେ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଲେ।

ହେଲେ ଏବେ ଏହି ଫଟୋ ପଛର ସତ ଜଣା ପଡ଼ିଯାଇଛି। ଅଭିନେତ୍ରୀ ବିବାହ କରିନାହାନ୍ତି, ବରଂ ଏହା ତାଙ୍କର ଏକ ଫିଲ୍ମ ସୁଟିଂ ବେଳର ଫଟୋ। ତାଙ୍କ ସହ ଫଟୋରେ ଅଛନ୍ତି ଅଭିନେତା ଶିବାକର୍ତ୍ତିକେୟାନ୍।