ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଜାନୁଆରି ୧୬ ତାରିଖ ବିଳମ୍ବିତ ରାତିରେ ଆକ୍ରମଣକାରୀ ଛୁରାମାଡ଼ କରିଥିଲା। ଏହି ଘଟଣାପରେ ସୈଫଙ୍କୁ ତୁରନ୍ତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ସୈଫଙ୍କ ଶରୀରର ୪ଟି ଜାଗାରେ ଗଭୀର ଆଘାତ ଏବଂ ୨ଟି ସାଧାରଣ ଆଘାତ ଲାଗିଥିଲା। ଏହା ବ୍ୟତୀତ ସୈଫଙ୍କ ପିଠିରେ ୨.୫୦ ଇଞ୍ଚର ଛୁରୀର ଖଣ୍ଡ ଫସି ଯାଇଥିଲା। ଯାହାକୁ ସୁରକ୍ଷିତ ଭାବେ ଅସ୍ତ୍ରୋପଚାର କରି ବାହାର କରାଯାଇଛି।
ଅଧିକପଢ଼ନ୍ତୁ:ଥାନା ପରିସରରେ କାନ୍ଦିକାନ୍ଦି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ଇନ୍ସପେକ୍ଟର
ଡାକ୍ତର ସୈଫଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ରାମର ପରାମର୍ଶ ଦେଇଛନ୍ତି। ଅସ୍ତ୍ରୋପଚାର ପରେ ଅଭିନେତାଙ୍କୁ ଆଇସିୟୁରୁ ବାହାର କରି ସାଧାରଣ ୱାର୍ଡରେ ଭର୍ତ୍ତି କରାଯାଇଛି।
ସୈଫଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରି ଲୀଳାବତୀ ହସ୍ପିଟାଲର ଡାକ୍ତର କହିଛନ୍ତି, ‘ସୈଫଙ୍କ ଦୁଇଟି ସର୍ଜରୀ ହୋଇଛି। କୌଣସି ଅସୁବିଧା ନାହିଁ। ଅଭିନେତାଙ୍କ ପାଖାପାଖି ୬ଘଣ୍ଟା ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ଯାଇ ତାଙ୍କ ଶରୀରରେ ପଶିଥିବା ଛୁରୀକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଚେତା ଆସିବା ପରେ ସୈଫ ଡାକ୍ତରଙ୍କୁ ପଚାରିଥିଲେ, ‘ସାର ମୁଁ ସୁଟିଂ କରି ପାରିବି, ଜିମ ଯାଇପାରିବି?
ଅଧିକପଢ଼ନ୍ତୁ:ବାଇକରେ ଯୋଡ଼ା ହୋଇଥିବା ଟଲିରେ ବସି ପରିବାରର ୧୦ଜଣ ସଦସ୍ୟ କୁମ୍ଭମେଳାରେ ପହଞ୍ଚିଥିଲେ
ମୁଁ ସୈଫଙ୍କୁ ଆଶ୍ବସନା ଦେଇ କହିଥିଲି। ବ୍ୟସ୍ତ ହୁଅ ନାହିଁ। ତୁମେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛ। ଡାକ୍ତରଙ୍କ ପରାମର୍ଶ କ୍ରମେ ବିଶ୍ରାମ ନେବେ ଔଷଧ ସେବନ କରିବା ପରେ ତୁମେ ପୁଣି ପୂର୍ବ ପରି ଫିଟ ହୋଇଯିବ।’