ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ମୁମ୍ବାଇ ପୁଲିସ ପାଇଁ ଏକ ବଡ଼ ସମସ୍ୟା ଉପୁଜିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିଆଇଡି ସୈଫଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଶରିଫୁଲ୍ ଇସଲାମ୍ ଶହଜାଦର ଫିଙ୍ଗରପ୍ରିଣ୍ଟ ନମୁନା ଉପରେ ଏକ ନକାରାତ୍ମକ ରିପୋର୍ଟ ଦେଇଛି। ଶହଜାଦଙ୍କୁ ଜାନୁଆରି ୧୬ ତାରିଖରେ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଘର ପ୍ରବେଶ କରି ଅଭିନେତାଙ୍କ ଉପରେ ଆକ୍ରମଣ କରିଥିବା ଅପରାଧରେ ଗିରଫ କରାଯାଇଥିଲା।
ମୁମ୍ବାଇ ପୁଲିସ ଏବଂ କ୍ରାଇମବ୍ରାଞ୍ଚର ପ୍ରାୟ ୪୦ଟି ଦଳ ୭୨ଘଣ୍ଟାର ଦୀର୍ଘ ଯାଞ୍ଚ ପରେ ଶରିଫୁଲକୁ ଗିରଫ କରିଥିଲା। ଶରିଫୁଲଙ୍କ ବିରୋଧରେ ଘଟଣାସ୍ଥଳରୁ ୧୯ ଟି ଫିଙ୍ଗରପ୍ରିଣ୍ଟ ନମୁନା ନିଆଯାଇଥିଲା।
ସିଆଇଡି ରିପୋର୍ଟରେ ସ୍ପଷ୍ଟ ଭାବରେ କହିଛି ଯେ ଏହି ଆଙ୍ଗୁଠି ଚିହ୍ନ ଗିରଫ ଅଭିଯୁକ୍ତଙ୍କ ସହ ମେଳ ଖାଉନାହିଁ।
ଏହି ରିପୋର୍ଟ ତଦନ୍ତ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ପୁଲିସ କ’ଣ ସୈଫଙ୍କ ଉପରେ ଆକ୍ରମଣ କରିଥିବା ଠିକ ବ୍ୟକ୍ତିଙ୍କୁ ଗିରଫ କରିଛି ତାହା ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ତଥା ଅଭିଯୁକ୍ତଙ୍କ ବାପା ଏହା ମଧ୍ୟ ଦାବି କରିଛନ୍ତି ଯେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ବ୍ୟକ୍ତି ଅଭିଯୁକ୍ତଙ୍କଠାରୁ ଭିନ୍ନ ଦେଖାଯାଉଛନ୍ତି, କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ଏହି ଦାବିଗୁଡ଼ିକ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହିଁ।
ସିଆଇଡି ସୂତ୍ର ଅନୁଯାୟୀ, ଶରିଫୁଲଙ୍କ ହାତରୁ ନିଆଯାଇଥିବା ସମସ୍ତ ଦଶଟି ଆଙ୍ଗୁଠିର ପ୍ରିଣ୍ଟ ସିଆଇଡିର ଫିଙ୍ଗରପ୍ରିଣ୍ଟ ବ୍ୟୁରୋକୁ ପଠାଯାଇଥିଲା। ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା ଯେ ଏହି ଆଙ୍ଗୁଠି ଛାପଗୁଡ଼ିକ ଘଟଣାସ୍ଥଳରୁ ମିଳିଥିବା ଅଭିଯୁକ୍ତ ଆଙ୍ଗୁଠି ଛାପ ସହିତ ମେଳ ଖାଉନାହିଁ। ଏହି ରିପୋର୍ଟ ଶୁକ୍ରବାର ପୁଣେର ସିଆଇଡି ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଯାଇଥିଲା।
ଏହି ଘଟଣା କେବଳ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ନାହିଁ ବରଂ ମୁମ୍ବାଇ ପୁଲିସ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗିରଫ ଅଭିଯୁକ୍ତ ପ୍ରକୃତରେ ଆକ୍ରମଣକାରୀ କି ନୁହେଁ ତାହା ଦେଖିବା ପାଇଁ ଏବେ ପୁଲିସକୁ ତଦନ୍ତର ପୁନଃପରୀକ୍ଷା କରିବାକୁ ପଡ଼ିପାରେ ବୋଲି କୁହାଯାଇଛି।
ବାନ୍ଦ୍ରା ପୁଲିସ ଶୁକ୍ରବାର ଅଭିଯୁକ୍ତକୁ କୋର୍ଟରେ ହାଜର କରି ତାର ରିମାଣ୍ଡ ବୃଦ୍ଧି କରିବାରେ ସଫଳ ହୋଇଛି। ଯଦିଓ ପୁଲିସ ଏପର୍ଯ୍ୟନ୍ତ ଆଙ୍ଗୁଠି ଛାପ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ, କିନ୍ତୁ ଏହି ମାମଲାରେ ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/FWm4MIgKVgWRBUhAaj9t.jpg)