ରିଲିଜ୍‌ ହେଲା ଫିଲ୍ମ ‘ଲାଲ କପ୍ତାନ’ର ପ୍ରଥମ ପୋଷ୍ଟର, ନାଗା ସାଧୁ ବେଶରେ ନଜର ଆସିଲେ ସୈଫ୍‌

ମୁମ୍ବାଇ : ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ କପ୍ତାନ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇ ସାରିଛି । ଫିଲ୍ମର ପୋଷ୍ଟରରେ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି ସୈଫ୍‌ । ଫିଲ୍ମରେ ସେ ନାଗା ସାଧୁ ଭୂମିକାରେ ନଜର ଆସୁଥିବା ବେଳେ ରିଲିଜ୍‌ କରାଯାଇଥିବା ପୋଷ୍ଟରଟି ଦଶାନନ ଅବତାରରୁ ପ୍ରେରିତ ହୋଇଥିବା ଜଣାପଡ଼ୁଛି । କାରଣ ପୋଷ୍ଟରେ ନାଗା ସାଧୁ ଚରିତ୍ରରେ ଥିବା ସୈଫ୍‌ଙ୍କର ୧୦ଟି ମୁଣ୍ଡ ଥିବା ଦେଖିବାକୁ ମିଳିଛି ।

ସୈଫ୍‌ଙ୍କର ଏହି ଲୁକ୍‌ ତାଙ୍କର ପୂର୍ବ ସବୁ ଫିଲ୍ମର ଲୁକ୍‌ଠାରୁ ଭିନ୍ନ ହୋଇଥିବା ବେଳେ ଦର୍ଶକଙ୍କୁ ସୈଫ୍‌ଙ୍କ ଏହି ଲୁକ୍‌ ପସନ୍ଦ ଆସୁଥିବା ଜଣା ପଡ଼ିଛି । ଫିଲ୍ମର ନିର୍ଦ୍ଦେଶନା ନବ୍‌ଦୀପ୍‌ ସିଂହ ଦେଇଥିବା ବେଳେ ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହି ଚରିତ୍ର ପାଇଁ ସୈଫ୍‌ଙ୍କୁ ରାଜି କରାଇବା କଷ୍ଟ ନଥିଲା । କାରଣ ସେ ୧୮ବର୍ଷ ବୟସରୁ ଏଭଳି ଚରିତ୍ର କରିବାର ଇଚ୍ଛା ରଖିଥିଲେ, ଯାହା ଏହି ଫିଲ୍ମ ଜରିଆରେ ସଫଳ ହୋଇଛି ।

ସମ୍ବନ୍ଧିତ ଖବର