ମୁମ୍ବାଇ: ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କ ଘରେ ପଶି ତାଙ୍କୁ ଛୁରାମାଡ କରିଥିବା ବେଳେ ଡ୍ରାଇଭର ନଥିବାରୁ ସୈଫଙ୍କ ପୁଅ ଇବ୍ରାହିମ୍ ତାଙ୍କୁ ଅଟୋରେ ହସ୍ପିଟାଲ ନେଇଥିଲେ ବୋଲି ଜଣାପଡ଼ିଛି। ଏବେ ସେ ବିପଦମୁକ୍ତ ଥିବା ବେଳେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଜାତୀୟ ଗଣମାଧ୍ୟମ ମୁତାବକ, ସୈଫ ଅଲୀ ଖାନ୍ ମୋଟ ୧୩୦୦କୋଟିର ମାଲିକ ଅଟନ୍ତି। ସୈଫଙ୍କୁ ବଲିଉଡର ନବାବ ବୋଲି କୁହାଯାଏ। ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରୁଥିବା ସୈଫ୍ ୮୦୦କୋଟିର ପଟୌଦି ପ୍ୟାଲେସରେ ରୁହନ୍ତି। ଏଠାରେ ଅନେକ ଫିଲ୍ମ ମଧ୍ୟ ସୁଟିଂ ହୋଇଛି। ତାଙ୍କ ପାଖରେ ମର୍ସେଡିଜ୍ ବେଞ୍ଜଏସ୩୫୦, ଅଡି ଆର୮ ସ୍ପାଇଡର, ରେଞ୍ଜ ରୋଭର ସ୍ପୋର୍ଟ,ଫୋର୍ଡ ମଷ୍ଟାଙ୍ଗ ଜିଟି ୫୦୦, ବିଏମଡବ୍ଲୁ ୭୩୦ଏଲଡି ଏବଂ ଜିପ୍ ଗ୍ରାଣ୍ଡ ଚେରୋକି ଭଳି ବଡ଼ ବଡ଼ କାର ରହିଛି। ପଟୌଦି ପ୍ୟାଲେସ ସହିତ ମୁମ୍ବାଇରେ ୧୦୦କୋଟିର ଘରେ ରୁହନ୍ତି ସୈଫ୍।
ଅଭିନେତା ଫିଲ୍ମ ବ୍ୟତୀତ ବିଜ୍ଞାପନ ଓ ନିବେଶ କରି ଟଙ୍କା ଆୟ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/16/Sw1ynWeaFN8pUb5VftNE.jpg)