ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ ଓ ତାଙ୍କ ପ୍ରଥମ ପତ୍ନୀ ଅମ୍ରିତା ସିଂହଙ୍କ ବିଚ୍ଛେଦକୁ ଅନେକ ବର୍ଷ ବିତିଗଲାଣି। ନିକଟରେ ଏକ ସାକ୍ଷାତ୍କାରରେ ପୂର୍ବ ପତ୍ନୀ ଅମ୍ରିତାଙ୍କ ପ୍ରଶଂସା କରିଛନ୍ତି ସୈଫ୍। ଅମ୍ରିତା କିପରି ସୈଫ୍ଙ୍କୁ ତାଙ୍କ କ୍ୟାରିୟର୍ ଗଢ଼ିବାରେ ସାହାଯ୍ୟ କରିଥିଲେ ସୈଫ୍ ସେ ବିଷୟରେ ସାକ୍ଷାତ୍କାରରେ କହିଛନ୍ତି। ସେ କହିଛନ୍ତି କି ନିଜ କାମକୁ ନେଇ ଯତ୍ନଶୀଳ ହେବା ପାଇଁ ଅମ୍ରିତା ତାଙ୍କୁ ଶିଖାଇଥିଲେ।
ସୈଫ୍ କହିଛନ୍ତି କି ‘ମୁଁ ୨୦ ବର୍ଷ ବୟସରେ ଘରୁ ଯାଇ ବିବାହ କରିଥିଲି। ଅମ୍ରିତାଙ୍କୁ ମୋ ପତ୍ନୀ ଭାବେ ଗ୍ରହଣ କରିଥିଲି। ସିଏ ହେଉଛନ୍ତି ଏକମାତ୍ର ଯିଏକି ମୋର ଅଭିନୟ ଓ ବ୍ୟବସାୟ ଉଭୟକୁ ନେଇ ଯତ୍ନଶୀଳ ହେବା ପାଇଁ ମୋତେ ତାଗିଦ କରୁଥିଲେ। ଖାଲି ସେତିିକି ନୁହେଁ, ମୋ ନିଜ ଉପରେ ନିଜକୁ ଭରସା କରିବା ପାଇଁ ସିଏ ହିଁ ଶିଖାଇଥିଲେ।’
ସୈଫ୍ ଆହୁରି ବି କହିଛନ୍ତି କି ‘ଦିଲ୍ ଚାହାତା’ ଚଳଚ୍ଚିତ୍ରରେ ସେ ସମୀର ଚରିତ୍ରକୁ କିପରି ନିଭାଇବେ ବୋଲି ଜାଣି ପାରୁନଥିବା ଆମୀର ଖାନଙ୍କ ଠାରୁ ମଧ୍ୟ ଏହି ଚରିତ୍ର ପାଇଁ ସେ କିଛି ପରାମର୍ଶ ଗ୍ରହଣ କରିଥିଲେ। ସେ ଆମୀରଙ୍କଠାରୁ ପରାମର୍ଶ ନେବା ପରେ ଅମ୍ରିତା ତାଙ୍କୁ କହିଥିଲେ କି ସେ ନିଜ ଉପରେ ଭରସା ରଖିବା ଉଚିତ। ଅନ୍ୟ କାହାକୁ ନପଚାରି ନିଜ ହିସାବରେ ଅଭିନୟ କରିବାକୁ ତାଙ୍କୁ କହିଥିଲେ ଅମ୍ରିତା।
/sambad/media/post_attachments/wp-content/uploads/2020/07/kareeena-saif-1581592490-300x169.jpg)
ଉଲ୍ଲେଖଯୋଗ୍ୟ, ଅମ୍ରିତା ସିଂହଙ୍କ ସହ ବିବାହ ବିଚ୍ଛେଦ ପରେ ସୈଫ୍ କରୀନା କପୁରଙ୍କୁ ବିବାହ କରିଛନ୍ତି। ସୈଫ୍ ଓ କରୀନାଙ୍କର ତୈମୁର ନାମରେ ଏକ ପୁଅ ଅଛି।