ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ଆକ୍ରମଣକାରୀ ଛଅଥର ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ମୁମ୍ବାଇ ପୁଲିସ ଯାଞ୍ଚ ଆରମ୍ଭ କରିଛି।
ଏହି ଆକ୍ରମଣରେ ସୈଫଙ୍କ ମେରୁଦଣ୍ଡ, ହାତ ଏବଂ ବେକରେ ଗଭୀର ଆଘାତ ଲାଗିଛି। ଆକ୍ରମଣକାରୀଙ୍କ ଛୁରୀର ଏକ ଅଂଶ ଭାଙ୍ଗି ସୈଫଙ୍କ ମେରୁଦଣ୍ଡ ଭିତରକୁ ପଶିଯାଇଥିଲା। ଯାହାକୁ ଲୀଳାବତୀ ହସ୍ପିଟାଲର ଡାକ୍ତରମାନେ ଅସ୍ତ୍ରୋପଚାର କରି ସୈଫଙ୍କ ଶରୀରରୁ ଅଢ଼େଇ ଇଞ୍ଚ ଅଂଶର ଏକ ଛୁରୀକୁ ସୁରକ୍ଷିତ ଭାବେ ବାହାର କରିଥିଲେ।
କେବଳ ଏତିକି ନୁହେଁ ସୈଫଙ୍କ ଶରୀରରେ ହୋଇଥିବା ଆଘାତର ଡାକ୍ତରମାନେ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରିଛନ୍ତି। ଏସବୁ ଚିକିତ୍ସା ପରେ ଏବେ ସୈଫ ବିପଦମୁକ୍ତ ଅଛନ୍ତି। ୨୪ଘଣ୍ଟା ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି।
ସୈଫ ଅଲ୍ଲୀ ଖାନଙ୍କୁ ଆଗାମୀ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ ବୋଲି ଅଭିନେତାଙ୍କ ଟିମ ପକ୍ଷରୁ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/16/yfUA8uFyA2qGVzjYl2G9.jpg)